୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଛିଟିଂ ଘାଟି ନିକଟରେ ବାଇକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଆର,ଉଦୟଗିରି ବ୍ଳକ ରଣ୍ଡିବ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଅଜିତ କୁମାର ଉଠାଣସିଂ ବୋଲି ସୂଚନା ମିଳିଛି । ଅଜିତ ଓ ତାଙ୍କ ବଡ ଭାଇ ବିଜୟ କୁମାର ଉଠାଣସିଂ ମିଶି ବାଇକ୍ ଯୋଗେ ଭଞ୍ଜନଗରରୁ ବାହାରି ନିଜ ଗାଁ ରଣ୍ଡିବା ଅଭିମୁଖେ ଯାଉଥିଲେ ।
ଏହି ସମୟରେ ଛିଟିଂ ଘାଟି ନିକଟ ରାସ୍ତାରେ ହଠାତ ସାମ୍ନାରେ ବଣୁଆ ଜନ୍ତୁ ବାର୍ହାପଲ୍ଲ ରାସ୍ତା ଅତିକ୍ରମ କରୁଥିଲେ । ଗାଡିର ବ୍ରେକ୍ ଦେବାରୁ ଭାରସାମ୍ୟ ହରାଇ ଦୁହେଁ ଛିଟିକି ପଡିଥିଲେ । ତେବେ ଅଜିତଙ୍କ ମୁଣ୍ଡରେ ଜୋର ଆଘାତ ଲାଗିବାରୁ ଅଚେତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ ।
ତେବେ ଅଜିତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରଥମେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ପରିବାର ଲୋକେ କଟକ ନେବାକୁ ବ୍ୟବସ୍ଥା କରୁଥିବା ସମୟରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସ୍ଥୁଳରେ ଚନ୍ଦ୍ରଗିରି ଫାଣ୍ଡି ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
