
୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ବିଲରେ ଚରୁଥିବା ବେଳେ ଛିଣ୍ଡି ପଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସି ୩ଟି ବଳଦ ଓ ୨ଟି ଗାଇ ମୃତ୍ୟୁ ବରଣ କରିଛନ୍ତି । ଏହିଭଲି ଦୁଃଖଦ ଘଟଣା ଘଟିଛି ମୋହନା ବ୍ଳକର କିତିଙ୍ଗ ଗ୍ରାମରେ । ସୋମବାର କିତିଙ୍ଗ ଗ୍ରାମର ସନାତନ ପାଇକ ଓ ଅଗଶ୍ବିନ ନାୟକଙ୍କ ୩ଟି ବଳଦ ଓ ୨ଟି ଗାଇ ଗ୍ରାମ ନିକଟସ୍ଥ ବିଳରେ ଚରୁଥିବା ବେଳେ ହଟାତ୍ ୧୧ କେଭି ବିଦ୍ୟୁତ ତାରଟି ଚରୁଥିବା ଗୁରୁ ମାନଙ୍କ ଉପରେ ଛିଣ୍ଡି ପଡିଥିଲା । ସେଠାରେ ନିଆଁ ଲାଗିଯିବା ସହ ଚରୁଥିବା ଗୁରୁମାନେ ପ୍ରାଣ ହରାଇଥିଲେ । ବିଦ୍ୟୁତ ବିଭାଗ ତଦାରଖ କରିବାରେ ଅଭାବ ଯୋଗୁଁ ମୋହନା ଅଞ୍ଚଳରେ ଏପରି ବାରମ୍ବାର ବାରମ୍ବାର ଘଟୁଛି । ପର୍ବରୁ ସୁଖୀଲା ଆମ୍ବ ନିକଟରେ ମୁକୁଳା ଟ୍ରାସଫର୍ମ ସ୍ପର୍ଶରେ ଆସି ଗୋଟିଏ ଗାଇ ମୃତ୍ୟୁ ବରଣ କରିଥିଲେ । କ୍ଷେତି ଗ୍ରସ୍ତ ବଳଦ ମାନଙ୍କୁ କ୍ଷେତି ପୂରଣ ଦାବି କରିଛନ୍ତି ଗ୍ରାମବାସୀ ।

