ଗଜପତି ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍ କୁ ରାଜ୍ୟ ପୁରସ୍କାର ପ୍ରଦାନ

୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ର ୩୬ ତମ ରାଜ୍ୟ ପୁରସ୍କାର ଉତ୍ସବ ରାଜ୍ ଭବନର ନୂଆ ଅଭିଷେକ ହଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍କ।ଉଟସ୍ ଏବଂ ଗାଇଡ଼ସ୍ ର ପୁଷ୍ଠ ପୋଷକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାକୁ ବେଷ୍ଟ district camporee ଭାବରେ ପୁରସ୍କୃତ କରିଛନ୍ତି ।

ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ଜିଲ୍ଲାର ଭାରପ୍ରାପ୍ତ କ୍ରୀଡା ନିରୀକ୍ଷକ ତଥା ସମ୍ପାଦକ ସୁରେନ୍ଦ୍ର କୁମାର ପାତ୍ର, ଏବଂ ଆୟୋଜନ ହୋଇଥିବା ସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ଗୌଡ଼ ଯୋଗ ଦେଇ ପୁରସ୍କାର, ପ୍ରମାଣପତ୍ର, ମହା ମହିମ ରାଜ୍ୟପାଳଙ୍କ ଠାରୁ ଗ୍ରହଣ କରିଥିଲେ ଏବଂ ଚଳିତ ବର୍ଷର ରାଜ୍ୟ ପୁରସ୍କାର ଜିଲ୍ଲାର ସ୍କାଉଟସ୍ ଏବଂ ଗାଇଡସ୍ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।

Exit mobile version