Home ଓଡ଼ିଶା ଗୋଷ୍ଠୀ ସଂଗଠକ ଓ ଟିମ୍ ମୁକ୍ତା ନିମନ୍ତେ ଦକ୍ଷତା ବୃଦ୍ଧି କର୍ମଶାଳା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୦୨୩ ଡିସେମ୍ବର ସୁଦ୍ଧା ୧୧୫ ପୌର ସଂସ୍ଥାର ୨୦୫୫ ୱାର୍ଡ଼ରେ ୫ ଟି ମୌଳିକ ସୁବିଧା ମିଳିବ ଦକ୍ଷତା ପ୍ରଦର୍ଶନ ନକଲେ ଟିମ୍ରୁ ବାଦ୍ପଡିବେ ବୋଲି କଡା ସତର୍କ ବାଣି ୧୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୂବନେଶ୍ଵର :- ମୁକ୍ତାକାର୍ଯ୍ୟକ୍ରମର ସଂଯୋଜକ ତଥା ଗୋଷ୍ଠୀ ସଂଗଠକ ମାନଙ୍କର ଏକ ଦିନିକିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଲୋକ ସେବା ଭବନ କନଭେନସନ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଅଂଶଗ୍ରହଣକାରୀ କର୍ମକର୍ତ୍ତା ମାନଙ୍କୁ ଉଦବୋଧନ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି ମାଥିଭାଥାନନ୍ ,ଗୁଣବତ୍ତା ଓ ସ୍ଵଚ୍ଛତା ଆଦି ଦିଗ ସହ ସାଲିସ୍ ବିହୀନ ଆଭିମୁଖ୍ୟ ପୋଷଣ ପୂର୍ବକ ମୁକ୍ତା କାର୍ଯ୍ୟରମର ତ୍ଵରିତ ଅଗ୍ରଗତି ସୁନିଶ୍ଚିତ କରିବା ପାଇଁ ଭବିଷ୍ୟତ ନିମନ୍ତେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ୨୦୨୩ ଡିସେମ୍ବର ସୁଦ୍ଧା ୧୧୫ ପୌର ସଂସ୍ଥାର ୨୦୫୫ ୱାର୍ଡ଼ରେ ପାର୍କ, ଜିମ୍, ପିଚୁ ରାସ୍ତା, ଉନ୍ମୁକ୍ତ ସ୍ଥାନ ଓ ଡ୍ରେନେଜ୍ ଆଦି ୫ ଟି ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ପାରଦର୍ଶିତା ଓ ଗୁଣାତ୍ମକ ନାଗରିକ ସେବା ପ୍ରଦାନ କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସର୍ବଦା ଅଗ୍ରାଧିକାର ଦେଇ ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ ମୁକ୍ତା ୩ ବର୍ଷ ପୂରଣ କରିଛି।ଗତ ୩ ବର୍ଷ ମଧ୍ୟରେ ରାଜ୍ୟର ୧୧୫ଟି ପୌର ସଂସ୍ଥାରେ ପ୍ରାୟ ୫୨ ହଜାର ୫୦୦ ପ୍ରକଳ୍ପ କାର୍ୟ୍ୟକାରୀ ହୋଇଛି। ୬୨ ଲକ୍ଷରୁ ଅଧିକ ବ୍ୟକ୍ତି ଶ୍ରମ ଦିବସ ସୃଷ୍ଟି କରାଯାଇଛି, ଯାହାଦ୍ୱାରା ପ୍ରାୟ ୬ ଲକ୍ଷ ସହରାଞ୍ଚଳ ଗରିବ ଏବଂ ପ୍ରବାସୀ ଶ୍ରମିକ ସିଧାସଳଖ ଲାଭବାନ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୦% ମହିଳା ହିତାଧିକାରୀ ଅଛନ୍ତି। ବିଭିନ୍ନ ପୌର ସଂସ୍ଥାରେ “କ୍ୟାଚ୍ ଦ ରେନ୍” ଅଧୀନରେ ୩୬,୦୦୦ ବର୍ଷା ଜଳ ଅମଳ ପ୍ରକଳ୍ପ ସୃଷ୍ଟି କରାଯାଇଛି। ପ୍ରାୟ ୫୨,୫୦୦ ପ୍ରକଳ୍ପର କାର୍ଯ୍ୟନ୍ୱୟନ ପାଇଁ ମୁକ୍ତାରେ ପ୍ରାୟ ୨୬,୪୫୫ ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘକୁ ସହଭାଗୀ କରାଯାଇଛିମ୍ବା ବର୍ତମାନ ସମୟ ଆସିଛି ଆମକୁ ଆମର ଦକ୍ଷତା ପ୍ରଦର୍ଶନ କରିବାକୁ ପଡିବ । ଯେଉଁମାନେ ଦକ୍ଷତା ପ୍ରଦର୍ଶନ କରି ନପାରିବେ ସେମାନେ ହୁଏତ ଆମର ଟିମ୍ରୁ ନିଶ୍ଚିତ ବାଦ୍ପଡିବେ ବୋଲ୍ି ପ୍ରମୁଖ ସଚିବ ଶ୍ରୀ ମାଥି ଭାଥନନ୍ କଡା ସତର୍କ ବାଣି ଶୁଣାଇଛନ୍ତି । ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ମୁକ୍ତାର ପ୍ରଭାବୀ କାର୍ୟ୍ୟକାରିତା ଉପରେ ଦକ୍ଷତା ବୃଦ୍ଧି କର୍ମଶାଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରି କହିଥିଲେ ଯେ ପୌର ସଂସ୍ଥାରେ ଥିବା ମୁକ୍ତା କାର୍ଯ୍ୟକ୍ରମର ସଂଯୋଜକ ତଥା ଗୋଷ୍ଠୀ ସଂଗଠକ ପ୍ରଯୁକ୍ତି ଓ ପରିଚାଳନା ସହାୟତା ପ୍ରଦାନ କରିବା ଏବଂ ଯୋଜନାକୁ ସୁରୁଖୁରୁ ରେ କାର୍ୟ୍ୟକାରୀ କରିବା ପାଇଁ ମିଶନ ଶକ୍ତି ଗୋଷ୍ଠୀ ଏବଂ ବସ୍ତି ବାସିନ୍ଦା ସଂଘଙ୍କୁ ଶେଷ କାର୍ଯ୍ୟନ୍ତ ସୁବିଧା ସହାୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏହାଦ୍ଵାରା ସହରାଞ୍ଚଳର ଗରିବ ଏବଂ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଘରକୁ ଯାଇ ରୋଜଗାରର ସୁଯୋଗ ପାଇପାରିବେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ଏହି ସଂଯୋଜକ ତଥା ଗୋଷ୍ଠୀ ସଂଗଠକ ଦଳ କଠିନ ପରିଶ୍ରମ କରିବା ସହ ମୁକ୍ତା କାର୍ଯ୍ୟକାରୀ କରି ସହରାଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ନିରନ୍ତର ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଏବଂ ନୋଡାଲ୍ ଅଧିକାରୀ ଶ୍ରୀ ଶାରଦା ପ୍ରସାଦ ପଣ୍ଡା, ନିଜ ବକ୍ତବ୍ୟରେ କହିଥିଲେ ଯେ ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ\’ ହେଉଛି କୋଭିଡ଼ ମହାମାରୀର ମଧ୍ୟଭାଗରେ ଆରମ୍ଭ କରାଯାଇଥିବା ଏକ ସମନ୍ଵିତ ସହରାଞ୍ଚଳ ଲୋକ ନିର୍ମାଣ କାର୍ଯ୍ୟକ୍ରମ ଯାହା ପ୍ରବାସୀ ଏବଂ ଅନୌପଚାରିକ ଶ୍ରମିକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ପ୍ରଦାନ କରି ଏକ ସାମାଜିକ-ଆର୍ଥିକ ସୁରକ୍ଷା ନେଟ ପ୍ରଦାନ କରିବ। ଏହା ଏକ ସମାବେଶୀ କାର୍ଯ୍ୟକ୍ରମ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫-ଟି ସୁଶାସନ ମନ୍ତ୍ର ଅନ୍ତର୍ଗତ ପଦକ୍ଷେପ । ସେ ତିନି ବର୍ଷର ସଫଳତା ଏବଂ ଭବିଷ୍ୟତର ଯୋଜନା ମଧ୍ୟ ଉପସ୍ଥାପନ କରିଥିଲେ ଏବଂ ପରିବର୍ତ୍ତିତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଫେସନାଲ୍ ଙ୍କୁ ଲକ୍ଷ୍ୟ ହାସଲ କରିବା ପାଇଁ କାର୍ଯ୍ୟକରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ। ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଏଭଳି ଓରିଏଣ୍ଟେସନ୍ କମ୍ କ୍ୟାପାସିଟି ବିଲ୍ଡିଂ କର୍ମଶାଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ବିନୟ ଦାସ, ସଞ୍ଜୟ ପ୍ରାମାଣିକ, ଓଏସ୍ ଡ଼ି ତଥା ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀ ସୁଧାକର ପହି, ଚାଟାର୍ଡ୍ ଆକାଉଣ୍ଟାଣ୍ଟ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପଦେଷ୍ଟା ଏବଂ ଅନ୍ୟମାନେ ଏହି ଅବସରରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ୧୧୫ ପୌର ସଂସ୍ଥାରୁ ସମସ୍ତ ଗୋଷ୍ଠୀ ସଂଗଠକ ଓ ମୁକ୍ତା ପ୍ରଫେସନାଲ୍ ଯୋଗ ଦେଇଥିଲେ। Categories: ଓଡ଼ିଶା, ମହାନଗର, ହୋମ୍ Related Content BEE Organises Influencers’ Conclave 2026 by Proprietor Abhimanyu Maharana October 18, 2026 ସାମ୍ବାଦିକଙ୍କୁ ଆକ୍ରମଣ କରି ବନ୍ଧା ହେଲା , ଦୁର୍ଦାନ୍ତ ଅପରାଧୀ ଜିତେନ୍ by Proprietor Abhimanyu Maharana October 18, 2026 ଐତିହାସିକ ୨୦୦ ଦିନରେ ପହଞ୍ଚିଲା ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ସଚେତନତା ପଦଯାତ୍ରା by Proprietor Abhimanyu Maharana October 18, 2026 ମହାପ୍ରଭୁ ଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ by Proprietor Abhimanyu Maharana October 18, 2026 ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବୈକୁଣ୍ଠ ନାଥ ଦାଶଙ୍କ ପରଲୋକ by Proprietor Abhimanyu Maharana October 17, 2026 ଗୋସାଇଁନୂଆଗାଁ ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଶ୍ରଦ୍ଧାଳୁଙ୍କ ପାଇଁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା by Proprietor Abhimanyu Maharana October 17, 2026