ବରାହା କୁ ସାମନା ରେ ପାଇ ବାଇକ ଦୁର୍ଘଟଣା

୧୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି  :- ହଟାତ ବରାହାକୁ ସାମ୍ନାରେ ଦେଖି ଦୁର୍ଘଟଣା ହେଲା l ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ସାତବାହାଡା ନିକଟରେ l ସୂଚନା ମୁତାବକ ଏକ ବାଇକ ଯୋଗେ ଗଞ୍ଜାମ ଜିଲ୍ଲା ଆସ୍କାରୁ ଗଜପତି ଜିଲ୍ଲା ରାମଗିରି ଟାଙ୍ଗୀସାହି ଆଡକୁ ଅଜିତ କୁମାର ଉଠାଣ ସିଂ ଆସୁଥିବା ବେଳେ ସାତବାହାଡା ନିକଟରେ ହଟାତ ଏକ ବରାହ ସାମ୍ନାକୁ ଚାଲିଆସିଥିଲା l

ବରାହକୁ ଦେଖି ଯୁବକ ଜଣକ ନିଜ ଗାଡିର ଭାରସାମ ହରାଇଥିଲେ l ଯାହାରି ଫଳରେ ଦୁର୍ଘଟଣା ଘଟିଥିଲା l ତେବେ ଅଜିତଙ୍କୁ କିଛି ଲୋକ ଆଣି ଚନ୍ଦ୍ରଗିରି ମେଡିକାଲରେ ଭର୍ତି କରିଥିଲେ ତେବେ ଅଜିତ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ ପଠାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି ।

Exit mobile version