୧୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସେଦିନ ଆଜିକା ଦିନ ଅର୍ଥାତ ୧୯୯୭ ମସିହା ଅପ୍ରେଲ ୧୭ ତାରିଖ ଦିନ ୨.୨୦ ମିନିଟ ରେ ମୁଁ କାଳୀ ସାର (କାଳୀ ପ୍ରାସାଦ ମିଶ୍ର ,ସ୍କାଉଟ କମିଶନର) ଏବଂ ଅନ୍ୟାନ୍ୟ କେତେଜଣଙ୍କ ସହିତ, ନବୀନ ନିବାସରେ ପହଞ୍ଚିଲି। ଯେତେବେଳେ ସ୍କାଉଟ ୟୁନିଫର୍ମ ପିନ୍ଧି ମୁଁ ରାସ୍ତାରେ ଆସୁଥିଲି ,ଆଶ୍ଚଯ୍ୟ ହେଇ ଯାଉଥିଲି, ରାସ୍ତା ରେ ଲୋକମାନେ ନିଜ ନିଜ ମନକୁ ମନ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ କରି ନବୀନ ନିବାସ ଆଡ଼େ ଚାଲିଛନ୍ତି ଦେଖିଲି, କେହି କାହାକୁ କହିନାହାଁନ୍ତି କି କିଛି ସରକାରୀ ବେସରକାରୀ ଘୋଷଣା ନାହିଁ ,କିନ୍ତୁ କାହିଁକି କେଜାଣି ସମସ୍ତେ ଧାଇଁ ଛନ୍ତି ଏକ ମୁହାଁ ହେଇ, କାହାସହିତ କାହାର କଥା ନାହିଁ ସିଧା ନବୀନ ନିବାସରେ ।
ରାସ୍ତା ଉପରେ ଏମିତି ଦୃଶ୍ୟ ଦେଖି ମୁଁ ବୋକା ପାଲଟି ଯାଇଛି ।କାଳୀ ସାର ଙ୍କୁ ପଚାରିବାରୁ ସେ କହିଲେ , ମହଂତ୍ମା ଗାନ୍ଧୀଙ୍କ ମର ଶରୀର କୁ ବି ଏଭଳି ଦେଖିବା ପାଇଁ ଯାଇଥିଲେ ପ୍ରଥମେ କିନ୍ତୁ , ଆଜି ବିଜୁବାବୁଙ୍କ ମର ଶରୀରକୁ ଦେଖିବା କୁ ଯାଉଥିବା ବେଳେ ଏହା ଭାରତର ଇତିହାସ ରେ ଦିତୀୟ । ନବୀନ ନିବାସରେ ଆମେ ଦୁହେଁ ପହଞ୍ଚି ଦେଖିଲୁ ମଣିଷ ମାନଙ୍କ ର ଏକ ନିରବ ସମୁଦ୍ର ,ସମସ୍ତେ ଥରେ ମାତ୍ର ଦେଖିବା ପାଇଁ ବିକଳ, ସେହି ଠେଲା ପେଲାରେ ବହୁ କଷ୍ଟରେ ଗାଡି ଉପରକୁ ଚଡି ସ୍କାଉଟ ଗାଇଡ଼ ପତାକା ଟି ମରଶରୀର ଉପରକୁ ଘୋଡ଼ାଇ ଦେଲା ବେଳକୁ, ମୋର ରାଷ୍ଟ୍ରପତି ରୋଭର ପୁରସ୍କାର ଟି ଛିଡି କେଉଁଠି ପଡ଼ିଗଲା ।
ସେ ଠେଲା ପେଲା ଭିତରେ- ଯାହା ଆଜିବି ମୋ ପାଖରେ ନାହିଁ ସତ ? କିନ୍ତୁ ସେଦିନ ମୁଁ ମରଶରୀର ଦର୍ଶନ କରି ଯେଉଁ ଆଶ୍ରୀବାଦ ଲାଭ କଲି ତାହା ମଧ୍ୟ ରାଷ୍ଟ୍ରପତି ପୁରସ୍କାର ଠାରୁ କମ ନୁହେଁ !!! ମୋ ପାଇଁ……. ମୁଁ ଯେତେବେଳେ ଖୋଜିବା ପାଇଁ ଭାବିଲି, ପୁଣି ଚିନ୍ତା କଲି, କାଳେ ମେଡାଲ ଖୋଜୁ ଖୋଜୁ ମୁଁ ବି ହଜିଯିବି !! ?? ସବୁ ବର୍ଷ ଭଳି ଅପ୍ରେଲ୧୭ ତାରିଖ ଆସିଲେ ଲୋମ ଟାଙ୍କୁଳି ଉଠେ ଆଉ ମନେ ପଡ଼ନ୍ତି ସେ ବିରାଟ କାୟ ପ୍ରବାଦ ପୁରୁଷ !!! ଏହା ମୋର ତୃତୀୟ ଥର ଏବଂ ଶେଷ ସାକ୍ଷାତ ।
