
୧୭ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ମହାନ ଜନନାୟକ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୬ ତମ ଶ୍ରାଦ୍ଧ ଦିବସ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି। ଶ୍ରାଦ୍ଧ ଦିବସ ପାଳନ ଅବସରରେ ଦଶପଲ୍ଲା ବିଜୁ ଜନତା ଦଳ ର ଦଳୀୟ କର୍ମକର୍ତ୍ତା ,ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଉପସ୍ଥିତିରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ତିଳ ତର୍ପଣ କରିବା ସହ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଏବଂ ଅନ୍ୟାନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ତତ୍ ସହିତ ପ୍ରଭାତ ଫେରି ,ସମୂହ ସଫେଇ ଅଭିଯାନ କାର୍ଯ୍ୟକ୍ରମ ରେ ଯୋଗଦେଇ ସଫେଇ କରିବା ସହ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସାଧୀନ ଥିବା ରୋଗୀ ମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ ଦଶପଲ୍ଲା ବିଧାୟକ । ବିଧାୟକ ଶ୍ରୀ ବେହେରାଙ୍କ ଆହ୍ବାନ କ୍ରମେ ପ୍ରବାଦ ପୁରୁଷ ଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ନୂଆଗାଁ ବିଜେଡ଼ି ଦଳ ତତଫରୁ ନୂଆଗାଁ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟ କରିବା ସହ ରୋଗୀମାନଙ୍କୁ ଫଳବଣ୍ଟନ କରାଯାଇଛି । ନୂଆଗାଁ ଡ଼ାକ ବଙ୍ଗଳା ଠାରେ ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,୧୬ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଯସ୍ମିନି ଦାସ, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ ,ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା, ଜାକେଡା ସରପଞ୍ଚ ଙ୍କ ପ୍ରତିନିଧି ବୁଲୁ ମଳିକ, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ଜାକେଡ଼ା ସମିତି ସଭ୍ୟା ପ୍ରଭାତୀ ମଳିକ, ରମେଶ ଚନ୍ଦ୍ର ପ୍ରଧାନ, ହାଡ଼ିବନ୍ଧୁ ସାମନ୍ତରାୟ, ଗୋପବନ୍ଧୁ ଖଣ୍ଡୁଆଳ, ପ୍ରକାଶ କୁମାର ନାୟକ, ପାଣୁଚରଣ ଖଣ୍ଡୁଆଳ,, ତ୍ରିଲୋଚନ ସ୍ବାଇଁ, ଦେବରାଜ ଖଣ୍ଡୁଆଳ, ପ୍ରମୋଦ ପ୍ରଧାନ, ନରେନ୍ଦ୍ର କୁମାର ସାହୁ, ବସନ୍ତ କୁମାର ମିଶ୍ର, ହାଲୁ ପ୍ରଧାନ, , ପ୍ରକାଶ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟା ଅର୍ପଣ କରି ବିଜୁ ବାବୁଙ୍କ ଜୀବନୀ ଓ ସାହସିକତା ବୀରତ୍ଵର ଗାଥା ବର୍ଣ୍ଣନା କରିଥିଲେ ।

