୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ମାଟ୍ରିକ ଖାତା ଦେଖା ସରିଛି ବୋଲି କହିଲେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ଆଜି ଏନେଇ ପ୍ରେସମିଟ୍ରେ ସୂଚନା ଦେଇ ଓଡିଶା ମାଧ୍ୟମ ଶିକ୍ଷା ପରିଷଦର ଉପସଭାପତି ନିହାର ରଂଜନ ମହାନ୍ତିକହିଲେ ଯେ, ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଛି ।
୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ କରାଯିବା ନେଇ ନିର୍ଦ୍ଦେଶ ରହିଛି । ଶୀଘ୍ର ଏହି କାର୍ଯ୍ୟ ସାରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଉପସ୍ଥିତ ସିମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ଅନ୍ୟ ବୋର୍ଡ ତୁଳନାରେ ଆଗୁଆ ରେଜଲ୍ଟ ବାହାର କରିବାକୁ ଆମେ ଆଶାବାଦୀ ଅଛୁ । ସୋସିଆଲ ସାଇନ୍ସ ବି ସେଟ୍ ତ୍ରୁଟିକୁ ନେଇ ବିଚଳିତ ହୁଅନ୍ତୁ ନାହିଁ । ଏନେଇ ୩ ରୁ ୫ ହଜାର ପିଲା ପ୍ରଭାବିତ ହୋଇଥିଲେ । ଏହାର ସର୍ଟଆଉଟ ମଧ୍ୟ ହୋଇଛି ଵୋଲି କହିଥିଲେ

