୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ସପ୍ତାହକ ମଧ୍ୟରେ ଦୁଇଜଣ ଆତ୍ମହତ୍ୟା କରିବା ପରେ ଚନ୍ଦ୍ରଗିରି ପଞ୍ଚାୟତରେ ଏକପ୍ରକାର ଶୋକକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯୁବଗାଁର ସୁଦେଷ୍ପା ନାୟକ (୨୨) ଗ୍ରାମର ସୂର୍ଯ୍ୟ ନିକଟଙ୍କ ପ୍ରେମ ବିବାହ କରିଥିଲେ । ହେଲେ ସୁଦେଷ୍ପାଙ୍କ ପିତା ସାରଥି ସୂର୍ଯ୍ୟଙ୍କ ନାମରେ ଚନ୍ଦ୍ରଗିରି ଫାଣ୍ଡିରେ ଏତଲା ଦେବା ପରଠୁ ସେ ଆଜିକୁ ଛଅ ବର୍ଷ ହେଲା ସୂର୍ଯ୍ୟ ଜେଲରେ ଅଛନ୍ତି । କିଛି ଦିନ ତଳେ ଘରର ଦୁଇଶହ ମିଟର ଦୂରରେ ଥିବା ଏକ ପଣସ ଗଛରେ ସୁଦେଷ୍ପାଙ୍କ ଝୁଲୁଥିବା ଅବସ୍ଥାରେ ଦେଖିବା ପରେ କ ‘ ଣ ପାଇଁ ସେ ଆତ୍ମହତ୍ୟା କଲେ, ତାହା ପରିବାରବର୍ଗ ଓ ଗ୍ରାମବାସୀଙ୍କୁ ସନ୍ଦେହରେ ପକାଇଛି । 
ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରବା ସହ ମୋହନା ଥାନାରେ କେସ ନଂ ୫/୨୦୨୩ ରେ ମକଦ୍ଦମା ରୁଜୁ କରିଛନ୍ତି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକଙ୍କୁ ନିରପେକ୍ଷ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ସେହିଭଳି , ଚନ୍ଦ୍ରଗିରି ନାୟକ ସାହିର କିଛି ଦୂରରେ ଥିବା ଝିଙ୍କଦଲ୍ଲୀ କୁଦିଆରେ କାଜୁ ଗଛରୁ ଝଲନ୍ତା ଅବସ୍ଥାରେ ଗୌତମ ନାୟକ(୩୬) ଙ୍କ ମୃତଦେହ ଠାବ ହେବା ଘଟଣା ଚର୍ଛା ସୃଷ୍ଟି କରିଛି। ଗୌତମଙ୍କ ପିତାମାତା ବହୁଦିନ ହେଲା ପରଲୋକ ଗମନ କରିଛନ୍ତି । ସେ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀ ପ୍ରାଣ ହରାଇବା ପରେ ଦ୍ବିତୀୟ ସ୍ତ୍ରୀ ବି କିଛି ଦିନ ତଳେ ପ୍ରାଣ ହରାଇଥିଲେ । ଉଭୟ ସ୍ତ୍ରୀଙ୍କ ପକ୍ଷରୁ କୌଣସି ସନ୍ତାନସନ୍ତତି ନ ଥିବା ବେଳେ ଗୌତମ ଦିନ ମଜୁରିଆ ଭାବେ କାମକରି ଏକାକୀ ଜୀବନ ନିର୍ବାହ କରୁଥିଲେ । ଗତ ସଂକ୍ରାନ୍ତ ଦିନ ସେ ମନ୍ଦିର ଯାଇ ହନୁମାନଙ୍କୁ ଦର୍ଶନ କରିଥିଲେ । ତାପରେ ତାଙ୍କ ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ତଦନ୍ତ ଭାର ଗ୍ରହଣ କରିଥିବା ବେଳେ ଶବକୁ ଉଦ୍ଧାର କରି ବ୍ରହ୍ମପୁର ବବଡମେଡିକଲକୁ ପଠାଇଥିବା ଜଣାପଡିଛି ।
