୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ତିନି ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତ କ୍ରମରେ ଆଜି ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ ଅନ୍ତର୍ଗତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ରୈ।ପ୍ୟ ଜୟନ୍ତୀ ସମାରୋହ, ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଶତ ବାର୍ଷିକ ଉତ୍ସବ, ବରପାଲି ବ୍ଲକ ଅନ୍ତର୍ଗତ ତୁଲୁଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକୀ ସମାରୋହ, ବରଗଡ଼ ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନର ସାମାଜିକ ମଙ୍ଗଳ ଏବଂ ଗୋଷ୍ଠୀ ବିଦ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ସକାଳୁ ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ର ରୈ।ପ୍ୟ ଜୟନ୍ତୀ ସମାରୋହ ରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଯୋଗ ଦେଇ ଭାରତର ରାଷ୍ଟ୍ରପତି ଶ୍ରୀମତି ଦ୍ରୋପଦୀ ମୁର୍ମୁ ଙ୍କ ପରି ସମସ୍ତ ଛାତ୍ରୀମାନେ ବଡ଼ ହେବା ପାଇଁ ପ୍ରେରଣା ଦେଇଥିଲେ । ସଭା ରେ ସ୍କୁଲ ପ୍ରଧାନ ଶିକ୍ଷକ ସୁମନ୍ତ ପଣ୍ଡା ସଭା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ପ୍ରମୁଖ ମଞ୍ଚାସୀନ ଥିଲେ । ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଶତ ବାର୍ଷିକ ଉତ୍ସବ ରେ ମହାମହିମ ରାଜ୍ୟପାଳ ଯୋଗ ଦେଇଥିଲେ । ସଭା ରେ ରାଜ୍ୟ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ଯୋଶୀ ମଞ୍ଚାସୀନ ଥିଲେ । ସେହିପରି ବରପାଲି ବ୍ଲକ ଅନ୍ତର୍ଗତ ତୁଲୁଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକ ସମାରୋହରେ ଯୋଗ ଦେଇ ଜଗନ୍ନାଥ ଚେତନାର ଉଦବୃଦ୍ଧ ହୋଇ ଜୀବନରେ ଭଲ ମଣିଷ ହେବାକୁ ଶିଶୁ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ମନ୍ତ୍ରୀ ରୀତା ସାହୁ, ସାଂସଦ ସୁରେଶ ପୂଜାରୀ ଏବଂ ଅଶୋକ ସାହୁ ଉପସ୍ଥିତ ଥିଲେ । ବରଗଡ଼ ବ୍ଲକ ଅନ୍ତର୍ଗତ ତିଲ ପାଲି ଠାରେ ତିନି ଏକର ଜମିରେ ବିକାଶ ସାମାଜିକ ମଙ୍ଗଳ ଏବଂ ଗୋଷ୍ଠୀ ବିଦ୍ୟାଳୟ ନୂତନ କୋଠା ପାଇଁ ମହାମହିମ ରାଜ୍ୟପାଳ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ବିକାଶ ଶିକ୍ଷାନୁଷ୍ଠାନ ସମୁହ ପରିସର ସମ୍ମିଳନୀ କକ୍ଷରେ ସଭା ଅନୁଷ୍ଠିତ ହୋଇଥିଲା । ସଭା କୁ ସାମାଜିକ ମଙ୍ଗଳ ସ୍କୁଲ ର ଛାତ୍ରଛାତ୍ରୀ ମାନେ ପରିଚାଳନା କରିଥିଲେ । ସଭା ରେ ମହାମହିମ ରାଜ୍ୟପାଳ ସମାଜର ସବୁ ବର୍ଗ ର ଲୋକଙ୍କୁ ସମାନ ଶିକ୍ଷା ଅଧିକାର ମିଳିବା ଉଚିତ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଏସପି ପି ମୀନା, ବିକାଶ ଶିକ୍ଷାନୁଷ୍ଠାନ ସମୁହର ଅଧ୍ୟକ୍ଷ ଡି ମୂରଲୀ କ୍ରିଷ୍ଣା, ନିର୍ଦ୍ଦେଶକ ଡି ନାଗେଶ୍ଵର ରାଓ ମଞ୍ଚାସୀନ ଥିଲେ ।

