୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ଠାରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର , ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟରେ ଡାଃ ଭୀମ ରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡ।ସି ସାହୁଙ୍କ ସହ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । 
ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ସାହୁ ପୌରହିତ୍ୟ କରିବା ସହ ସମ୍ମିଳିତ ଭାବେ ଡାଃ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହାସହ ଛାତ୍ରଛାତ୍ରୀଙ୍କ ଗହଣରେ ଡାଃ ଆମ୍ବେଦକରଙ୍କ ସଂଘର୍ଷମୟ ଜୀବନୀ ଓ ତାଙ୍କ ସଫଳତା ନେଇ ଶିକ୍ଷାର୍ଥୀଙ୍କୁ ଅନୁପ୍ରାଣିତ ଧାରାରେ ବିଶୃତ ଆଲୋକ ପାତ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ସହ ପଣା ବଣ୍ଟନ କରିଥିଲେ । ସହକାରୀ ଶିକ୍ଷକ ଅଶୋକ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

