ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତକରି ଲୋକଙ୍କ ସମସ୍ୟା ବୁଝିବା ସହ ଭତ୍ତାବଣ୍ଟନ କଲେ – ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ

ଓଡିଶା ତାଜା ନ୍ୟୁଜ୍ (୧୯ ଜୁନ୍ ଶୁକ୍ରବାର) ଚନ୍ଦାହାଣ୍ଡି ବ୍ଲକ :- ନବରଙ୍ଗପୁର ଜିଲ୍ଲା ଅନର୍ଗତ ଝରିଗାଁ ନିର୍ଵାଚନ ମଣ୍ଡଳୀ ଚନ୍ଦାହାଣ୍ଡି ବ୍ଲକର ଚନ୍ଦାହାଣ୍ଡି ସଦର ପଞ୍ଚାୟତ ସମେତ ଧୋଡିପାଣି, ମାଲଗାଁ ଓ ଗମ୍ଭାରୀଗୁଡା ଗ୍ରାମପଞ୍ଚାୟକୁ ଝରିଗାଁ ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ ଗସ୍ତକରି ଲୋକଙ୍କ ସମସ୍ୟା ପଚାରିବୁଝିବା ସହ କରୋନା ମହାମାରି ଠାରୁ ସଚେତନ ରହିବାକୁ ପରାମର୍ଶ ଦେଇ ମାସ୍କ ବଣ୍ଟନ କରିଥିଲେ। ତତ ସହିତ ଚନ୍ଦାହାଣ୍ଡି ,ଧୋଡିପାଣି,ମାଲଗାଁ ଓ ଗମ୍ଭାରୀଗୁଡା ପଞ୍ଚାୟତଠାରେ ଆୟୋଜିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ଚନ୍ଦାହାଣ୍ଡି ୨୩, ଧୋଡିପାଣି ୨୫,ଗମ୍ଭାରୀଗୁଡା ୨୧ ଓ ମାଲଗାଁ ର ୨୫ ଜଣ ସର୍ବମୋଟ ୯୪ ଜଣ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ମାନଙ୍କୁ ପେନସନ ବଣ୍ଟନ କରିଥିଲେ ।

ଏହି ଗସ୍ତ ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଟିକମ ସିଂ ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ, ନବରଙ୍ଗପୁର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢୀ, ଜିଲ୍ଲା ପରିଷଦ ସଭ୍ୟ ଶନିନ୍ଦ୍ର କୁମାର ସୋରି,ସମିତି ସଭ୍ୟ ନୀଳମଣି ଗୌଡ଼,ଗୌରହରି ନାୟକ,ଯୁବରାଜ ଜଗତ,ବଳରାମ ପଟ୍ଟନାୟକ,ପ୍ରଶାନ୍ତ ପାରି,ଋଷୁ ବାଘ,ଭୋଦେଵ ବାଘ, ରଜତ କୁମାର ଜଗତ,ଚୈତୁରାମ ଦଣ୍ଡସେନା,କାମଦେବ ଜଗତ,ଚଣ୍ଡିମଲ ବାଘ,ଡମ୍ବରୁ ପାତ୍ର, ଭୁବନେଶ୍ୱର ବେଶ୍ରା,ଅଶୋକ ସାହୁ,ନିଳେନ୍ଦ୍ରି ଗୌଡ଼,ଭୀମସେନ ଡ଼ଙ୍ଗରି,ଦୁଲ୍ଲଭ ପୂଜାରୀ,ପ୍ରମୂଖ ସମେତ ସମ୍ପୃକ୍ତ ପଞ୍ଚାୟତ ର ସରପଞ୍ଚ ଲଛମନ ମାଝୀ, ପ୍ରମିଳା ପୂଜାରୀ, ଚୈନସିଂ ପୂଜାରୀ,ଉର୍ବସୀ ନାୟକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କୁମାର ଢାଳି ପରିଚାଳନା କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ସାହୁ,ନିମାଇଁ ସରକାର, ଲଛମନ ନାଗେଶ,ଦିଗାମ୍ବର ସୁନାନୀ ଓ ରୋହିତ ସାହୁ ସହଯୋଗ କରିଥିଲେ । (ରିପୋର୍ଟ-ଯୁବରାଜ ଜଗତ/ବଳରାମ ପଟ୍ଟନାୟକ-ଚନ୍ଦାହାଣ୍ଡି)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version