୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ /ଏନଏନଏସ :- ବାଲୁଗାଁ ନିକଟସ୍ଥ 16 ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭେଙ୍କେଟେସ୍ୱର ସ୍କୁଲର ବାର୍ଷିକ ଉତ୍ସବ ରବିବାର ଅପରାହ୍ନରେ ସ୍କୁଲର ସଭାପତି ରଂଜିତ ପ୍ରଧାନ ସଭାପତିତ୍ୱରେ ସ୍କୁଲପରିସର ମଧ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୁଗ୍ମ ନିର୍ଦେଶକ ଓସେପl ରାଜଶ୍ରୀ ପଟ୍ଟନାୟକ, ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ଡ଼କ୍ଟର ଦେବେନ୍ଦ୍ରନାଥ ମାନସିଂହ,ବାଣପୁର ବାରଆଶ୍ସୋସିଏସନର ସଭାପତି ବୃନ୍ଦାବନ ପ୍ରଧାନ,ବରିଷ୍ଟ ଆଇନିଜୀବି ମୁରଲୀଧର ସାମନ୍ତସିଂହାର,ସ୍କୁଲର ପ୍ରିନସିପାଲ ରାମ ଚନ୍ଦ୍ର ଶାସମଲ,ସମ୍ପାଦକ ସସ୍ମିତା ପ୍ରଧାନ ଯୋଗ ଦେଇଥିଲେ l 
ଏହି ଅବସରରେ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରିବାପରେ ସ୍କୁଲର ପ୍ରିନସିପାଲ ରାମ ଚନ୍ଦ୍ର ଶାସମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସସ୍ମିତା ପ୍ରଧାନ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ l ଏହା ପରେ ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କଦ୍ୱାରା ପୁରସ୍କାର ଦିଆ ଯାଇଥିଲା l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଉକ୍ତ ଉତ୍ସବରେ ଅଭିଭାବକ ମାନେ ଉପସ୍ଥିତ ଥିଲେ l

