
୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିତକୋ ଇଲି ବ୍ଲକ କିଶନନଗର ନିକଟସ୍ଥ ଇଷାଣୀ ବ୍ରହ୍ମପୁର ପଞ୍ଚାୟତର ମଲ୍ଲିକପୁର ଠାରେ କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦ ଓଡିଶା ପକ୍ଷରୁ ଶନିବାର ସନ୍ଧ୍ୟାରେ ମହାନଦୀ ତଟତ୍ସୋବ ଉଦଘାଟିତ ହୋଇଛି । ପ୍ରଥମେ ପୂଜାପାଠ କରାଯାଇ ମହାନଦୀ ଆଳତୀ କରାଯାଇଥିଲା । ପରେ ପରେ ସାଂସ୍କୃତିକ କାର୍ଯ୍ୟ ଉଦଘାଟନ କରାଯାଇଥିଲା । କଟକ ସଦର ବିଧାୟକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉଦ୍ୟମ ଆୟୋଜିତ ଏହି କାର୍ଯ୍ୟକ୍ରମରେଓଡିଶା ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ତଥା କଟକ ସଦର ସାମାଜିକ ଓ ସାଂସ୍କୃତିକ ପରିଷଦର ସଭାପତି କୁନା ତ୍ରିପାଠୀ ସତ୍ୟବ୍ରତ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । କଟକ ଜିଲ୍ଲା ସୂଚନା ଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ଲୋକସଭା ସଦସ୍ୟ ଭତୃହରି ମହତାବ, କଟକ ଜିଲ୍ଲା ପାଳ ଭବାନୀ ଶଙ୍କର ଚୟନୀ, କଟକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ,ମହାନଦୀ ତଟତ୍ସୋବର ମୁଖ୍ୟ ପୁରୋଧା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, କଟକ ସଦର ଉପ ଜିଲ୍ଲାପାଳ କମଲଜିତ ଦାସ, କଟକ ଜିଲ୍ଲାର ପ୍ରକଳ୍ପ ଉନ୍ନୟନ ଅଧିକାରୀ ଅମ୍ବର କୁମାର କର, ସାଲେପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ପ୍ରମିଳା ବେହେରା,କଟକ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସୁଭଦ୍ରା ଦାସ, ସଦର ବିଡ଼ିଓ ରାଜିବୀ ଲୋଚନ ପ୍ରଧାନ, କିଶନନଗର ତହସିଲଦାର ମଧୁସୂଦନ ନାୟକ, ସରପଞ୍ଚ ସୁଶାନ୍ତ କୁମାର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ପାଞ୍ଚଦିନ ଧରି ଚାଲିବ। ଏହି ଉତ୍ସବରେ ଦୁଇଶରୁ ଉର୍ଦ୍ଧ୍ବ ଓରମାସର ଷ୍ଟଲ ଖୋଲାଯାଇଛି । ଉଦଘାଟନୀ ଉତ୍ସବରେ ଓଡ଼ଶୀ ନୃତ୍ୟ, ବାଲୁକା କଳା, ଗଞ୍ଜାମର ଯୋଡ଼ି ଶଂଙ୍ଖ ବାଦ୍ୟ, ମେଲୋଡି ଆଦି ପରିବେଷଣ କରା ଯାଇଥିଲା । ଉଦଘାଟନୀ ଉତ୍ସବ ସ୍ଥଳୀ ଏକ ମିନି ବାଲିଯାତ୍ରା ପରି ମନେହେଉଥିଲା । ଆଖପାଖ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ବିଜେଡି ଯୁବ,ଛାତ୍ର, ମହିଳା ଦଳର ସଭାପତି ସଂପାଦମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ସଦର ବିଧାୟକଙ୍କ ଏପରି କାର୍ଯ୍ୟକୁ ଅତିଥି ମାନେ ଭୁଇଅଂଶି ପ୍ରଶଂସା କରିଥିଲେ । ଏହି ମେଳାରେ ପ୍ରବଳ ଜନସମାଗମ ହେଉଥିବା ଦେଖବାକୁ ମିଳିଥିଲା ।

