୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ୬୦ ବସ୍ତା ମହୁଲ ଫୁଲ ସହ ୪୦୭ କୁ ଜବତ କରିଛି । ଏଥି ସହ ଡ୍ରାଇଭର ଦୁର୍ଯୋଧନ ବରିହା କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଉପ ନିରୀକ୍ଷକ ସତ୍ୟନାରାୟଣ ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ପାଟଣାଗଡ଼ ଉପ ନିରୀକ୍ଷକ ଙ୍କ ନେତୃତ୍ବରେ ଏକଟିମ ସନ୍ଧ୍ୟା ସମୟରେ ଘସିଏନ ଲରମ୍ଭା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିଲେ ।
ଏହି ସମୟରେ ଫଟାମୁଣ୍ଡା ରାସ୍ତା ଦେଇ ଏକ ୪୦୭ ସିଜି-୦୪-ଜେସି-୧୦୩୨ କୁର୍ତୁଳା ଚ୍ଛକରେ ବାହାରି ଲରମ୍ଭା ଦମକି ପାଳି ରାସ୍ତା ଦେଇ ପଦ୍ମପୁର କୁ ଯାଉଥିବା ସମୟରେ ଅବକାରୀ ବିଭାଗ ଉକ୍ତ ୪୦୭ କୁ ଅଟକାଇ ପଚରାଉଚରା କରିଥିଲା । ବେଆଇନ ଭାବରେ ମହୁଲ ଫୁଲ ଚାଲାଣ ହେଉଥିବା ଜାଣି ଉକ୍ତ ଟିମ୍ ଘଟଣା ସ୍ଥଲରୁ ୪୦୭ ଗାଡି ସହ ଡ଼୍ରାଇଭର କୁ ଗିରଫ କରି ଅବକାରୀ ଉପ କାର୍ଯ୍ୟାଳୟକୁ ଆଣିଥିଲେ । ପଚରାଉଚରା ପରେ ବନ୍ଦପଡା ଫାଣ୍ଡି ଭୂତିଆରବାହାଲ ର ଅଜୟ ଦାସ ନାମକ ଜଣେ ବ୍ୟକ୍ତି ଏହି ମହୁଲ ଫୁଲ ପଦ୍ମପୁର ମଦଭାଟିକୁ ବେଆଇନ ଭାବରେ ଚାଲାଣ କରୁଥିବା ଡ଼୍ରାଇଭର ଦୁର୍ଯ୍ୟୋଧନ ଅବକାରୀ ଉପ ନିରୀକ୍ଷକଙ୍କ ସମ୍ମୁଖରେ କହିଥିଲା । ଏହାପରେ ୨୭ କୁଇଣ୍ଟାଲ ମହୁଲ ଫୁଲକୁ ଅବକାରୀ ଉପ ନିରୀକ୍ଷକ ଜଣେ ଲାଇସଂସ ପ୍ରାପ୍ତ ବ୍ୟକ୍ତିଙ୍କୁ ଜିମାଦେବାସହ ଡ଼୍ରାଇଭର କୁ ଗିରଫ କରି ଡାକ୍ତରି ମାଇନାପରେ କୋର୍ଟ ଚାଲାଣ କରିଥିଲା ।
