ପାଟଣାଗଡ଼ରେ ଆମ୍ବେଦକର ଜୟନ୍ତୀ ପାଳିତ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ରେ ବାବା ସାହେବ୍ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ ହୋଇଛି । ଏଥିରେ ସ୍ଥାନୀୟ ଆମ୍ବେଦକର ପ୍ରେମି ସମେତ ପାଟଣାଗଡ଼ ଆମ୍ବେଦକର ଜୟନ୍ତୀ କମିଟି ଏବଂ ଉପଖଣ୍ଡ ସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ ସାମିଲ ହୋଇଥିଲେ । ସଭାପତି ଦିଗସନ ନନ୍ଦ ଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ସ୍ଥାନୀୟ ଗଡଭିତର ସ୍ଥିତ ପଡିଆ ଠାରୁ ବାହାରି ରମାଇ ହାଇସ୍କୁଲ ପଡିଆ ଯାଏ ଶୋଭାଯାତ୍ରା ଯାଇଥିଲା । ଏଥିରେ ପ୍ରାୟ ୨୨ ଟି ପାରମ୍ପରିକ ବଜା ଦଲସହ ୩ ହଜାରୁ ଅଧିକ ଲୋକେ ସାମିଲ ହୋଇଥିଲେ । ରମାଇ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ,ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଡ଼.ବିୟଜାନନ୍ଦ ସେଠି, ହଟିକଲଚର ଆସିଷ୍ଟାଣ୍ଟ ଡାଇରେକ୍ଟର ପ୍ରୋମୋଦ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ନିଲକାନ୍ତ ବାଗ , ତସିଲଦାର ଲକ୍ଷ୍ମଣ ମାଝି, ଉପସଭାପତି ଭକ୍ତରାମ ବାଗ, ସମ୍ପାଦକ ଜୟନ୍ତ କୁମ୍ଭାର ଥିବାବେଲେ ମୁଖ୍ୟବକ୍ତା ଭାବରେ ଡ.ବାସୁଦେବ ସୁନାନି ଯୋଗଦେଇଥିଲେ । ଆମ୍ବେଦକର ଭବନ ପାଇଁ ପାଟଣାଗଡ଼ ଉପ ଜିଲ୍ଲାପାଳ ଡ.ଶ୍ରୀ ସେଠୀ ପବ୍ଲିକ ସ୍କୁଲ ପାଖରେ ୧୦ ଡିସିମିଲ ଜାଗା ଦେଇଥିବାବେଲେ ବିଧାୟକ ଶ୍ରୀ ମେହେର ତାଙ୍କ ବିଧାୟକ ପାଣ୍ଠିରୁ ଏହାର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ରାଶି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ପାଟଣାଗଡ଼ ବ୍ଲକ ସମେତ ବେଲପଡା, ଖପ୍ରାଖୋଲ ଓ ନୂଆପଡ଼ା ,ବରଗଡ, ପଦ୍ମପୁର ଅଞ୍ଚଳର ବହୁ ସଂଖ୍ୟାରେ ଆମ୍ବେଦକର ପ୍ରେମୀ ମାନେ ଯୋଗଦେଇଥିଲେ । ଶେଷରେ କୁନିକୁନି କଲାକାର ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କୁ ମନମୋଗଧ୍ କରିଥିଲା ।

Exit mobile version