ପୋଲିସ ମହାନିର୍ଦ୍ଦେଶକ ବାଲିଅନ୍ତା ଥାନାର ନୂତନ ଗୃହ ଉଦଘାଟନ କଲେ

୧୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆମ ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- ଦୀର୍ଘଦିନ ଅପେକ୍ଷା ପରେ ଆଜି ବାଲିଅନ୍ତା ଥାନାର ନୂତନ ଗୃହ ଉଦଘାଟିତ ହୋଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏସ କେ ବଂଶଲ ଫିତାକାଟି ନୂତନ ଥାନା ଗୃହକୁ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ,ସିଏମଡି ସଞୀବ ପଣ୍ଡା, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ମିଶ୍ର, ଭୁବନେଶ୍ୱର ଡିସିପି ପ୍ରତିକ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଜନସାଧାରଣ ସେମାନଙ୍କ ସମସ୍ୟା ନେଇ ଥାନାକୁ ଆସୁଥିଲା ବେଳେ ବସିବା ପାଇଁ ସୁଵିଧା ନଥିଲା । ଏବେ ନୂତନ ଗୃହ ଉଦଘାଟନ ହେବା ପରେ ଥାନାକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଅବ୍ୟର୍ଥନା ପ୍ରକୋଷ୍ଠନିର୍ମାଣ କରାଯାଇଛି । ମହିଳା ଶିଶୁ ଡେକ୍ସ ପ୍ରକୋଷ୍ଠ ସହିତ ବିଭିନ୍ନ ପ୍ରକୋଷ୍ଠ ରହିଛି । ଆୟୋଜିତ ଉଦଘାଟନ ଉତ୍ସବରେ ବାଲିଅନ୍ତା ଥାନା ଆଇଆଇସି ଯୁବରାଜ ସ୍ୱାଇଁ, ଯୋନ -୪ଏସିପି ଏସ ଏନ ମୁଦୁଲିଙ୍କ ସମେତ ବାଲିଅନ୍ତା ଥାନାର ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version