ବାବା ସାହେବ ଆମ୍ବେଦକର ଙ୍କ ୧୩୨ତମ ଜନ୍ମ ଜୟନ୍ତୀ ମହୋତ୍ସବ

୧୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ବ୍ଳକର ରାମଗିରି ଗ୍ରାମରେ ଡ. ଭୀମରାଓ ଆମ୍ବେଦକର ସ୍ମତକ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟ ସଭାପତି ହରିଶ୍ଚନ୍ଦ୍ର ରଇତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ମୋହନା ବିଧାୟକ ଦାଶରଥି ଗମାଙ୍ଗ, ମୁଖ୍ୟବକ୍ତା ଆର,ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ସମ୍ମାନିତ ଅତି ରାମଗିରି ଜିଲ୍ଲାପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି,ବିଧାୟକ ପ୍ରତିନିଧି ଗୋପାଳ କୃଷ୍ଣ ଦଳାଇ, ଯୁଧିଷ୍ଠିର ବଡମୁଣ୍ଡି, ବିଶ୍ବନାଥ ଭୂୟାଁ, କୁଞ୍ଜବିହାରୀ ପ୍ରଧାନ, ବାଘସିଂ ମଣ୍ଡଳ, ବନମାଳୀ ଶବର, ରଘୁନାଥ ବଡମୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ରୀଛାତ୍ରଙ୍କ ଦ୍ବାରା ବକ୍ତୁତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ପୂଣ୍ଣଚନ୍ଦ୍ର ଦଳାଇ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳୀ ଦେବୀ ଧନ୍ୟବାଦ ଦେଇଥିଲେ ।

Exit mobile version