ଅସ୍ତ୍ରୋପଚାର ଗୃହରେ ଅଗ୍ନିକାଣ୍ଡ

ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ।

୧୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ବିଦ୍ୟୁତ ସଟ ସର୍କ ଟରୁ ଘଟିଛି ଅଗ୍ନିକାଣ୍ଡ । ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ବିଦ୍ୟୁତ ସର୍ଟ ସକିଟରେ ଅସ୍ତ୍ରୋପଚାର ଗୃହରେ ଥିବା ଅଟୋକ୍ଳେଭ ମେସିନ ଓ ଗଜ କପଡାରେ ନିଆଁ ଲାଗିଯାଇଥିଲା । ଏହା ଦେଖି ରାତ୍ରିକାଳୀନ ଦାୟତ୍ବରେ ଥିବା ଷ୍ଟାପ ନର୍ସ ତପସ୍ବିନୀ ନାୟକ ଡାକ୍ତର ଶିବରାମ ରାଓଙ୍କୁ ଖବର ଦେଇଥିଲେ ।

ସେ ସଙ୍ଗେ ସଙ୍ଗେ କେନ୍ଦ୍ରରେ ପହଞ୍ଚି ରୋଗୀଙ୍କୁ ବାହାର କରିବା ସହିତ ଅସ୍ତ୍ରୋପଚାର ଗୃହରେ ପହଞ୍ଚି ଉପସ୍ଥିତ ବୃଦ୍ଧି ଖଟାଇ ଗ୍ୟାସ ସିଲିଣ୍ଡର ବାହାର କରି ନିଆଁ ଲିଭା ଯନ୍ତରେ ନିଆଁକୁ କିଛି ମାତ୍ରରେ ଆୟତ୍ତ କରିଥିଲେ । ପରେ ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Exit mobile version