୧୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କେନ୍ଦ୍ରାପଡ଼ା/ରାଜନଗର :- ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ରାଜନଗର ବ୍ଲକ ର ଉତ୍କଳ ମଣି ଗୋପବନ୍ଧୁ ସଂଗଠନ ଶାଖା ପକ୍ଷରୁ ଓଡ଼ିଆ ନୂଆ ବର୍ଷ ଏବଂ ବଜରଙ୍ଗ ଦଳ ର ଏକତା ଶୋଭାଯାତ୍ରା ଆୟୋଜନ କରାଯାଇଛି,ତେବେ ଏହି କାର୍ଯ୍ୟକ୍ରମ ରେ ଶତାଧିକ ସଂଖ୍ୟାରେ ଉଚ୍ଚ ଶିକ୍ଷିତ ଯୁବ ସମାଜ ସେବୀ, ଯୁବ ଶ୍ରଦ୍ଧାଳୁ ମାନେ ମଟର ସାଇକେଲ ଶୋଭାଯାତ୍ରା ରେ ମଦନପୁର ଠାରୁ ବାହାରି ସାନ ବଡ଼ ଗୋପାଳପୁର, ରାଜନଗର ମୁଖ୍ୟ ବଜାର, କୁରୁଣ୍ଟି, ହାତୀନା, ଜୁନୁପଙ୍ଗାରା, ଚନ୍ଦ୍ରଶେଖର, ପଶ୍ଚିମ ଭେଡା, ବାହାରଗଡ଼ ପରିକ୍ରମା କରି ରାଜନଗର ବ୍ଲକ ର ଚାନ୍ଦି ବାଉଁଶ ପଂଚାୟତ ର ଜରିମୂଳ ଅଞ୍ଚଳ ର ପ୍ରସିଦ୍ଧ ଦେବୀ ମା ମାଟିଆ ମଙ୍ଗଳା ଙ୍କ ନିକଟରେ ରେ ପହଁଞ୍ଚିବା ର କାର୍ଯ୍ୟକ୍ରମ ରହିଛି l 
ଏହି ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ସହିତ ରାଜନଗର ବ୍ଲକ୍ ରୁ ଭିନ୍ନଭିନ୍ନ ସ୍ଵେଛା ସେବୀ ସଂଗଠନ ସହ ଧର୍ମରକ୍ଷା ସେନା, ବଜରଙ୍ଗ ଦଳ ର ସଦସ୍ୟ ଯୋଗଦେଇଛନ୍ତି l ସେମାନେ ହେଲେ ବରିଷ୍ଠ ଯୁବ ସମାଜ ସେବୀ ଦେବାଶିଷ ରାଉତ, ଛାମୁଆ ଯୁବ ନେତୃତ୍ୱ କୃଷ୍ଣ ଚନ୍ଦ୍ର ବେହେରା,ସଂଗ୍ରାମ ସ୍ୱାଇଁ, ଅଶୋକ କୁମାର ବାରିକ, ଦିଲ୍ଲୀପ କୁମାର ପ୍ରଧାନ, ନାରାୟଣ ପାଣି, ନିମାଇଁ ନାଥ, ଅଞ୍ଜନ ପାଳ, ଜିତେନ୍ଦ୍ର ଦାସ, ପବିତ୍ର ପଡିହାରୀ, ବ୍ରହ୍ମାନନ୍ଦ ମଳିକ, ବାସୁଦେବ ସେଠୀ,ଜୋତି ରଞ୍ଜନ ରାଉତ,ବିଶ୍ୱଜିତ ପ୍ରତିହାରୀ, ହେମନ୍ତ କୁମାର ସେଠୀ, ଅନ୍ୟପକ୍ଷରେ ଉକ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟ ପୁରୋଧା ତଥା ଉତ୍କଳ ମଣି ଗୋପବନ୍ଧୁ ଦାସ ଫାଓଉଣ୍ଡେସନ ର ମୁଖ୍ୟ ପରିଚାଳକ ଶ୍ରୀ ପ୍ରଦୀପ ରଞ୍ଜନ ପାଳ (ମୁନା ବାବୁ )ଙ୍କ ନେତୃତ୍ୱ ରେ ସମ୍ପୂର୍ଣ କାର୍ଯ୍ୟ ଶାନ୍ତି ଓ ଶୃଙ୍ଖଳିତ ଭାବେ ସମାପ୍ତି ହୋଇଥିଲା,ତେବେ ସତ ଘଟଣା ପରଖିବାକୁ ଆମ ଚ୍ୟାନେଲ ର କେନ୍ଦ୍ରାପଡ଼ା ବ୍ୟୁରୋ ଚି଼ଫ ପହଞ୍ଚି ଥିଲେ ଅନିରୁଦ୍ଧ ଆଜି ପବିତ୍ର ପଣାସଂକ୍ରାନ୍ତି ଅବସରରେ ଅନେକ ଧାର୍ମିକ ଅନୁଷ୍ଠାନ ସମେତ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପଣା ବିତରଣ କରାଯାଇଛି,! ଅପର ପକ୍ଷେ ରାଜନଗର ବ୍ଲକ ରେ ପଣା ସଂକ୍ରାନ୍ତି ଏବଂ ତୁହାକୁ ତୁହା ବିଭିନ୍ନ ସାମାଜିକ ସଂଘଠନ ର ଶୋଭାଯାତ୍ରା ନିମନ୍ତେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାଜନଗର ଥାନା ପକ୍ଷରୁ ବ୍ୟାପକ ପୋଲିସ ବଂ ବିଭିନ୍ନ ସ୍ଥାନ ରେ ମୁତୟନ କରାଯାଇଛି l

