୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ଅଂଚଳରେ ମହାବିଷୁବ ପଣାସଂକ୍ରାନ୍ତି , ମହାବୀର ହନୁମାନ ଜୟନ୍ତୀ ଏବଂ ଓଡିଆ ନବବର୍ଷ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ବୁଦ୍ଧେଶ୍ୱର ମନ୍ଦିର ପରିସର ପ୍ରାତଃ ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରବଳ ଜନଗହଳି ହୋଇଥିଲା । ଶ୍ରଦ୍ଧାଳୁ ଭକ୍ତ ମାନେ ବାବା ବୁଦ୍ଧେଶ୍ୱର ଙ୍କ ଦର୍ଶନ କରିବା ସହ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ହନୁମାନ ଚାଳିଶା ପାଠ କରିଥିଲେ । 
୧ ନମ୍ବର ୱାର୍ଡ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିରେ ହନୁମାନ ଜୟନ୍ତୀ ଓ ପଣାସଂକ୍ରାନ୍ତି ପାଳିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ରେ ମଧ୍ୟ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଶତାଧିକ ଭକ୍ତ ଯୋଗଦେଇଥିଲେ । ପାଲାମଣ୍ଡପ ସ୍ଥିତ ହନୁମାନ ମନ୍ଦିର , କାଳୀବଜାର ସ୍ଥିତ ମା ବାଟ ମଙ୍ଗଳା , ମା ବାଟ ତାରିଣୀ ପୀଠରେ ପଣାସଂକ୍ରାନ୍ତି ପାଳିତ ହୋଇଯାଇଥିବା ବେଳେ ଡାକବଙ୍ଗଳା ସମ୍ମୁଖସ୍ଥ ମଙ୍ଗଳା ମନ୍ଦିର ପରିସରରେ ଝାମୁଯାତ୍ରା ପାଳିତ ହୋଇଥିଲା । ମାନସିକ ବ୍ରତଧାରୀ ପାଟୁଆ (ଦଣ୍ଡୁଆ) ଉତପ୍ତ ନିଆଁ ରେ ଚାଲିଥିଲେ । ଅନୁରୂପ ଭାବେ ଭୁବନ ବ୍ଲକର ପ୍ରସିଦ୍ଧ ଶକ୍ତୀପୀଠ ବାରୁଆଁ ମଙ୍ଗଳା , ଓଡିଶ ଚର୍ଚ୍ଚିକା ପୀଠ , ବଡକାଠିଆ ମା ମଙ୍ଗଳା ପୀଠ ରେ ସହସ୍ରାଧିକ ଭକ୍ତ ଙ୍କ ଉପସ୍ଥିତିରେ ପଣାସଂକ୍ରାନ୍ତି ପାଳିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନ ତରଫରୁ ଓଡିଆ ନବବର୍ଷ ଓ ପଣାସଂକ୍ରାନ୍ତି ମଧ୍ୟ ପାଳିତ ହୋଇଯାଇଛି ।

