୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ମହାନଗର ନିଗମ ୫୯ ୱ।ର୍ଡ଼ ନୂଆ କାଚରାମାଳ ଗ୍ରାମର ତ୍ରିନାଥ ଯୁବ ସାଂସ୍କୃତିକ ପରିଷଦ ପକ୍ଷରୁ ଫୁଲନଖରା ଛକ ଠାରେ ଓଡିଆ ନବବର୍ଷ ପାଳନ ସାଙ୍ଗକୁ ଛୋଟ ପିଲାମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପରିବେଷଣ କରାଯାଇଥିଲା ।
ଛୋଟ ଝିଅ ମାନଙ୍କ ପକ୍ଷରୁ ପରିବେଷଣ କରାଯାଇଥିବା ଓଡିଶୀ, ଭଜନ, ସମ୍ବଲପୁରୀ ଆଦି ନୃତ୍ୟ ବେଶ ଚିତାକର୍ଷକ ହୋଇଥିଲା ବେଳେ ଉପସ୍ଥିତ ଲୋକଙ୍କ ମାନେ ପିଲାମାନଙ୍କ ନୃତ୍ୟରେ ବିଭୋର ହୋଇଯାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ସମାଜ ସେବୀ ସ୍ୱାଧୀନଚେତା ମହାନ୍ତି, କାନନ ବିହାରୀ ନାୟକ, ମୁକ୍ତିକାନ୍ତ ମହାପାତ୍ର ,ପ୍ରଶାନ୍ତ କୁମାର ଳାଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆଲବମ କଳାକାର ତଥା ନିର୍ଦ୍ଦେଶକ ରୁଦ୍ର ନାରାୟଣ ଭୋଇ ମନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନିରଞ୍ଜନ ଭୋଇ, ଜଗବନ୍ଧୁ ଭୋଇ, ଭରତ ଚନ୍ଦ୍ର ଭୋଇ, ବାବୁ କୃଷ୍ଣ ଭୋଇ, ପ୍ରମୁଖ ସାହିର ସମସ୍ତ ଯୁବକ ଆୟୋଜିତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଶେଷରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ନୃତ୍ୟ କଳାକାର ମାନଙ୍କୁ ମାନପତ୍ର କପ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା ।

