Home ଓଡ଼ିଶା ବାବା ସାହେବ ଡକ୍ଟର ଭୀମ ରାଓ ଅମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତି ବହୁ ମାତ୍ରାରେ ଯୋଗ ଦେଇ ଧୁମ୍ ଧାମ୍ ରେ ପାଳନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଚାଲକମ୍ବା ଗ୍ରାମରେ ଏସ୍.ସି,ଏସ୍ ଟି ,ଓବିସି ଏବଂ ମାଇନରିଟି ସମ୍ପ୍ରଦାୟର ଲୋକଙ୍କୁ ନେଇ ବାବା ସାହେବ ଡକ୍ଟର ଭୀମ ରାଓ ଅମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତି ବହୁ ମାତ୍ରାରେ ଯୋଗ ଦେଇ ଧୁମ୍ ଧାମ୍ ରେ ପାଳନ କରାଗଲା । ୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ ଅନ୍ତର୍ଗତ ଚାଲକମ୍ବା ଗ୍ରାମପଞ୍ଚାୟତ ଚାଲକମ୍ବା ଗ୍ରାମର ଆର୍ .କେ ପୋଲ୍ଲୀ ସାହିରେ ୧୦ ଘଣ୍ଟିକା ସମୟରେ ଚଳିତ ମାସ ୧୪ ଏଫ୍ରିଲ ଅମ୍ବେଦକର ଯୁବକ ସଂଘ ତରଫରୁ ଭାରତ ରତ୍ନ ବାବା ସାହେବ ଡକ୍ଟର ଭୀମ ରାଓ ଅମ୍ବେଦକରଙ୍କ ୧୩୨ ତମ ଜନ୍ମ ଦିବସ ଉପଲକ୍ଷ୍ୟେ ମହା ଆଡମ୍ବରରେ ପାଳନ କରାଯାଇଛି । ଶ୍ରୀ-ସନ୍ତୋଷ କୁମାର ପାଲ୍ ସଭା ପରିଚାଳନା କରିଥିଲେ । ଆଗନ୍ତୁକ ଅତିଥିମାନଙ୍କ ମଧ୍ୟରୁ ସମ୍ମାନିତ ଅତିଥି ମାନନୀୟ ରାମା ରାଓ ପାଳ SDVO ଗୁଣପୁର,ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ-ପ୍ରଭାବତି ଶବର, ଅଭିତକ୍ ନ୍ୟୁଜ୍ ଚ୍ୟାନାଲ୍ ର ଜିଲ୍ଲା ପ୍ରତିନିଧି ଶ୍ରୀ-ଜଗବନ୍ଧୁ ଲିମା, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ-ସୁରଥ ପଣ୍ଟୁରୁ ମଞ୍ଚାସିନ ଥିଲେ । ଡକ୍ଟର ଭୀମ ରାଓ ଅମ୍ବେକରଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦ୍ବୀପ ପ୍ରଯୋଳନ କରି ଅଭ୍ୟାଗତ ଅତିଥି ମାନଙ୍କୁ ସମ୍ଭର୍ଦ୍ଧନା କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ BAMCEF ରାୟଗଡା ଜିଲ୍ଲାର ସାଧାରଣ ସମ୍ପାଦକ ଶ୍ରୀ-କାହ୍ନୁ ଚରଣ ଲିମା କିଛି ଉଦବୋଧନ ଦେଇଥିଲେ । ଡକ୍ଟର ଅମ୍ବେଦକରଙ୍କ ବିଷୟ ଲୋକ ମାନଙ୍କୁ ଆଲୋକ ପାତ କରାଇଥିଲେ । ଯଥା ବାବା ସାହେବ ଅମ୍ବେଦକର ଏକ ଦଳିତ ପରିବାରରୁ ଜନ୍ମ,ସେ ତାଙ୍କର ଉଚ୍ଚ ଜାତିର ସ୍କୁଲ୍ ସାଥି ମାନଙ୍କ ଦ୍ବାରା ଅପମାନିତ ହୋଇ ଥିଲେ । ତାଙ୍କ ପିତା ଭାରତୀୟ ସେନାରେ ଜଣେ କର୍ମଚାରୀ ଥିଲେ । ଗାଏକୱାର ଶାସକଙ୍କ ଦ୍ବାରା ଛାତ୍ର ବୃତ୍ତି ପ୍ରଦାନ କରାଯାଇ ସେ ଆମେରିକା,ବ୍ରିଟେନ୍ ଏବଂ ଜର୍ମାନୀର ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ ଗାଏକୱାରଙ୍କ ଦ୍ବାରା ଅନୁରୋଧ କ୍ରମେ ବରୋଦା ଜନ ସେବାରେ ପ୍ରବେଶ କରିଥିଲେ । କିନ୍ତୁ ପୁନର୍ବାର ତାଙ୍କର ଉଚ୍ଚ ଜାତିର ସହ କର୍ମୀ ମାନଙ୍କ ଦ୍ବାରା ଅପମାନିତ ହୋଇ ସେ ଆଇନ୍ ଅଭ୍ୟାସ ତଥା ଶିକ୍ଷାଦାନ ଆଡକୁ ମୁହାଁଇଥିଲେ । ଅମ୍ବେଦକର ସ୍ଵାଧୀନ ଭାରତର ପ୍ରଥମ ଆଇନ୍ ମନ୍ତ୍ରୀ ହୋଇଥିଲେ ।ସେ ଭାରତୀୟ ସମ୍ବିଧାନ ଗଠନର ନେତୃତ୍ୱ ନେଇଥିଲେ ଏବଂ ଅସ୍ପୃଶ୍ୟ ବ୍ୟକ୍ତିଙ୍କ ପ୍ରତି ଭେଦଭାବକୁ ନିଷିଦ୍ଧ କରିଥିଲେ । ଏହି ଭଳି ଅନେକ ବକ୍ତବ୍ୟ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ବକ୍ତୃତା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ BAMCEF ର କର୍ମକର୍ତ୍ତା ଯଥା ଜେମ୍ସ୍ ପୋଣ୍ଟୁରୁ, ରାଜୁ ପାଲ, ରବୀନ୍ଦ୍ର ମିଶାଇ , ଶ୍ରୀ ଲକ୍ଷ୍ମଣ କାଡ୍ରାକା, ପ୍ରସାଦ ପାସ୍ପୁ ରେଡୀ, ରାଜକିଶ୍ବର୍ ନିମାଲ୍ ପୁରୀ, କୃଷ୍ଣ ଗାଣ୍ଟା,ସନ୍ତୋଷ ଲିମା ପ୍ରମୁଖ ଉପସ୍ଥିତ ରହି ଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026 Vedanta Aluminium Coal Mines showcases next-generation mining technologies at 6th CLI Expo 2026 by Proprietor Abhimanyu Maharana September 10, 2026