୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ବ୍ଳକର ରାମଗିରି ଥାନା ପୁଲିସ ପାଟ୍ରୋଲିିଂ କରୁଥିବା ବେଳେ ଅଞ୍ଚମା ଛକ ନିକଟରେ ଏକ ନକଲି ନମ୍ବର ବିଶିଷ୍ଟ କାର୍ ( ନଂ ଟିମ୍ 09 ଇଏଚ୍ ୧୭୬୫) କୁ ଅଟକାଇଥିଲେ । ପୁଲିସ ଗାଡିକୁ ଓହ୍ଲାଇ ଦୌଡି ପକାଇଥିଲେ । ପୁଲିସ ସେହି ଗାଡି ନିକଟରେ ପହଞ୍ଚି ଯାଞ୍ଚ କରିବାରୁ ସେଥିରୁ ୩୫୨ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ ସହ ଗାଡି ଭିତରୁ ଆଉ ଏକ ଏମ୍ ଏଚ୍ ୧୮ଏଏ ୮୦୦୧ ବିଶିଷ୍ଟ ଗାଡି ନମ୍ବର ପ୍ଲେଟ ମିଳିଥିଲା ।
ଯାହାକି ଗାଡିର ଅସଲି ନମ୍ବର ବୋଲି ଜଣାପଡିଛି । ଜବତ ବେଳେ ରାମଗିରି ଥାନା ଅଧିକାରୀ ଲୋକନାଥ ବେହେରା ଏବଂଷ୍ଟାପ ଉପସ୍ଥିତ ଥିଲେ କେଶର ଅଧିକ ତଦନ୍ତ ପାଇଁ ଆର,ଉଦୟଗିରି ଥାନା ଏସଆଇ ଦୁଷ୍ମନ୍ତ କୁମାର ଅମନ୍ତ ଓ ଅତିରିକ୍ତ ତହସିଲଦାର ରାଜେଶ କୁମାର ମହାପାତ୍ର ଉପସ୍ଥତରେ ଗଞ୍ଜେଇକୁ ଓଜନ କରାଯାଇଥିଲା ।
