Home ଓଡ଼ିଶା ସମର କବି ବ୍ରଜନାଥ ବଡ଼ଜେନା ଓ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଜୟନ୍ତୀ – ୨୦୨୩ ପାଳିତ, ଢେଙ୍କାନାଳ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଢେଙ୍କାନାଳ :- ଜିଲ୍ଲା ଆଜି ସକାଳ ୦୭ ଘଟିକା ସମୟରେ ସ୍ଥାନୀୟ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଢେଙ୍କାନାଳ ଜିଲ୍ଲା ସଂସ୍କୃତି ପରିଷଦ ଓ ସମସ୍ତ ସାରସ୍ୱତ ଅନୁଷ୍ଠାନ ଗୁଡିକର ମିଳିତ ଆନୁକୂଲ୍ୟରେ ସମର କବି ବ୍ରଜନାଥ ବଡ଼ଜେନା ଓ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ କୋଭିଡ -୧୯ ନିୟମାବଳୀ ସବୁକୁ ଅନୁପାଳନ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳର ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦାନ କରି ସମର କବି ବ୍ରଜନାଥ ବଡ଼ଜେନାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଜିଲ୍ଲାପାଳ ଶ୍ରୀ ସେଠୀ ଶତାୟୁ, ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ କବିଙ୍କ ନାମରେ ନାମିତ ହୋଇଥିବାରୁ ଓ ସେହି ବିଦ୍ୟାଳୟରେ ଆଜି ଉପସ୍ଥିତ ହୋଇଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି ବୋଲି ଦୃଢୋକ୍ତି ପ୍ରକାଶ କରି ସେହି କାଳଜୟୀ ସାରସ୍ୱତ ସାଧକ ସମର କବି ବ୍ରଜନାଥ ବଡ଼ଜେନା ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଏକ ଅମ୍ଳାନ ଜ୍ୟୋତିଷ୍କ ବୋଲି ମତବ୍ୟକ୍ତ କରିଥିଲେ। ବ୍ରଜନାଥ ବଡ଼ଜେନା ଢେଙ୍କାନାଳ ତଥା ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିର ଅସ୍ମିତାର ପ୍ରତୀକ ବୋଲି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ତାଙ୍କୁ ରାଜ୍ୟ,ଜାତୀୟ ଓ ବିଶ୍ୱ ସ୍ତରରେ ପରିଚିତ କରିବାପାଇଁ ସମସ୍ତଙ୍କର ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି ବୋଲି ଦୃଢ଼ ମତ ପୋଷଣ କରିଥିଲେ । ସେହିପର ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଆଜି ମଧ୍ୟ ପ୍ରଣିଧାନ ଯୋଗ୍ୟ ବୋଲି କହିବା ସଙ୍ଗେ ସଙ୍ଗେ ସମସ୍ତେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ସୁପରାମର୍ଶ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଭାବରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ଡ଼ଃ ପୁଷ୍ପଲତା ରଥ ହାଇସ୍କୁଲ ପାଠ୍ୟପୁସ୍ତକରେ ବ୍ରଜନାଥଙ୍କ ଲେଖା ସନ୍ନିବେଶିତ କରିବାକୁ ସମସ୍ତଙ୍କର ସହିତ ସମ୍ମିଳିତ ଭାବରେ ଦୃଢ଼ ଦାବୀ ଉପସ୍ଥାପନ କରିବେ ବୋଲି ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ। ସେ ମଧ୍ୟ ଆହୁରି କହିଥିଲେ ଯେ ଅତୀତରେ ଦେଶ ବିଦେଶରେ ଅସଂଖ୍ୟ ସମର ବା ଯୁଦ୍ଧର କାହାଣୀରେ ଇତିହାସ ରୁଦ୍ଧିମନ୍ତ ସତ୍ୟ ମାତ୍ର, ଦେଶ ଓ ଜାତିର ସମସାମୟିକ ଯୁଦ୍ଧ- ବିଗ୍ରହର ଘଟଣାକୁ ଉପଜୀବ୍ୟ କରି କାବ୍ୟ ରଚନା କରି ” ସମର ତରଙ୍ଗ”ର ସେ ଯେଭଳି ଉପସ୍ଥାପନ କରିଛନ୍ତି ତାହା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବିରଳ । ସେହିପରି ପ୍ରାଚୀନ ସାହିତ୍ୟରେ ବିରଳ ଗଦ୍ୟ ଗ୍ରନ୍ଥ ” ଚତୁର ବିନୋଦ” ସୃଷ୍ଟି କରି ସ୍ଵକୀୟ ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି ବୋଲି ଦୃଢ଼ ମତପୋଷଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ପ୍ରାଚୀନ ଗଦ୍ୟ ସାହିତ୍ୟର ଗର୍ଭାନୁଶୀଳନ କଲେ ଅତୁଳନୀୟ ମହାନ୍ ସାରସ୍ଵତ ସାଧକ ବଡ଼ଜେନାଙ୍କ ସାମୁହିକ ସୃଷ୍ଟି, ଯାହା ଓଡ଼ିଆ ସାରସ୍ଵତ ଭଣ୍ଡାରର କାଳଜୟୀ ଅମ୍ଲାନ ଅମୃତ ପଣ୍ୟ, ତାହା ବର୍ତମାନର ପିଢ଼ିଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ ନିଶ୍ଚିତ ଏବଂ ଏହା ମଧ୍ୟ ପ୍ରମାଣିତ କରିଦିଏ ଯେ କବି ଦୀନକୃଷ୍ଣଙ୍କ ପରି ବଡ଼ଜେନା ପ୍ରଭୃତିଙ୍କ”କଲମ” ବଜାରର ନୁହେଁ ପଣ୍ୟ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଅସାଧାରଣ ପ୍ରତିଭାସମ୍ପନ୍ନ, ଅଦ୍ଭୁତ ଶଦ୍ଦ ଶୈଳୀ ଚୟନ, ନିର୍ଭୀକ,ନିର୍ଲୋଭୀ ବଡ଼ଜେନା ସ୍ଵକୀୟ ଲେଖନୀ ଚାଳନା କରି ଅଢେ଼ଇ ଶହ ବର୍ଷ ତଳେ ଓଡିଆ ସାରସ୍ଵତ କ୍ଷେତ୍ରରେ ନୂତନ ସରସତା ସୃଷ୍ଟି କରି ଯାଇଛନ୍ତି ବୋଲି ସେ ଦୃଢ଼ ମତପୋଷଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ ଶତପଥି , ଢେଙ୍କାନାଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସାହୁ ମଧ୍ୟ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଉଭୟେ ସ୍ଵୀୟ ବକ୍ତବ୍ୟରେ ଢେଙ୍କାନାଳ ମାଟିର ଏହି ସୁଯୋଗ୍ୟ ସନ୍ତାନ ” ରାଜନଙ୍କୁ ଛଳୋକ୍ତି” ଶୀର୍ଷକରେ ବ୍ୟଙ୍ଗ ବିଦ୍ରୁପ ଲେଖା ଲେଖିବା ଦଣ୍ଡରେ ରାଜଦଣ୍ଡ ନିର୍ବାସିତ ହୋଇ କେନ୍ଦୁଝର ରାଜାଙ୍କ ଆଶ୍ରମରେ ଥିବା ସମୟରେ ” ଅମ୍ବିକା ବିଳାସ”, ଯାହା”ଅ” ଅକ୍ଷର ନିୟମରେ ରଚନା କରିଥିଲେ, ତାହା ଓଡ଼ିଆ ସାରସ୍ଵତ ଭଣ୍ଡାରର ଅମୂଲ୍ୟ ସମ୍ପଦ ବୋଲି ମତପ୍ରକାଶ କରିଥିଲେ। ବ୍ରଜନାଥଙ୍କ କୃତ ‘ଅମ୍ବିକା ବିଳାସ’ ଯେଉଁଥିରେ ଶିବ- ପାର୍ବତୀଙ୍କ ଵିଵାହ ପ୍ରସଙ୍ଗକୁ ରୀତିଯୁଗର ଆଳଙ୍କାରିକ କାବ୍ୟ ଶୈଳୀର ପରିଚର୍ଯ୍ୟା ଅତି ସୁନ୍ଦର ଭାବରେ ପ୍ରତିଫଳିତ । ତାଙ୍କ “ଶ୍ୟାମରାସୋତ୍ସବ” ଏକ କାଳଜୟୀ ସୃଷ୍ଟି ବୋଲି ନିଜର ଅଭିମତ ଉପସ୍ଥାପନ କରିଥିଲେ।ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସୁସାହିତ୍ୟିକ ,ଯୁବ ସଂଗଠକ ,କବି ତଥା ରାଜ୍ୟ କଳା ଓ ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ,ସଭା ସଂଯୋଜନା କରିବା ସଙ୍ଗେ ସଙ୍ଗେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମାର୍ମିକ ଓଡ଼ିଆ ଗଦ୍ୟ ରଚନାର ନିଦର୍ଶନ ରୂପେ” ଚତୁର ବିନୋଦ”ର ସାହିତ୍ୟିକ ମୂଲ୍ୟ ଯେ କଳନା କରିବାର ପ୍ରଜ୍ଞାଯେ ଆମ ନିକଟରେ ନାହିଁ, ତାହା ସ୍ବୀକାର ପୂର୍ବକ ଏହି ମହାନ କାଳଜୟୀ ସାରସ୍ଵତ ସ୍ରଷ୍ଟାଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି ସେ ଓ ଉପସ୍ଥିତ ସମସ୍ତେ କୋଟି କୋଟି ପ୍ରଣାମ ଜଣାଇଥିଲେ। ସ୍ଵୀୟ ବକ୍ତବ୍ୟରେ ସମର କବିଙ୍କ ଅନ୍ୟତମ କୃତିରୁ ବଛା ବଛା କିଛି ଅଂଶ ଉଚ୍ଚ ବିଦ୍ୟାଳୟ ସ୍ତରରେ ପାଠ୍ୟକ୍ରମରେ ସାମିଲ କରିବାକୁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ।ପରିଶେଷରେ ଜୟନ୍ତୀର ଆବାହକ ଏହି ଶତାୟୁ ଅନୁଷ୍ଠାନର ପ୍ରାକ୍ତନ ଛାତ୍ର, ବରିଷ୍ଠ ସହକାରୀ ଶିକ୍ଷକ, କବିଭୂଷଣ ସୃତିସଂସଦ, ବାଳକୃଷ୍ଣ ସାହିତ୍ୟ ସଂସଦ, ରେଣୁବାଳା ସୃତିସଂସଦ, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଭାବରେ ତଥା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭାବରେ ଡ଼ା. ଦେବୀ ପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବରେ ଓ ଜିଲ୍ଲାର ବିଭିନ୍ନ ସାହିତ୍ୟ ଓ ସାରସ୍ୱତ ଅନୁଷ୍ଠାନମାନଙ୍କ ପକ୍ଷରୁ ଯୋଗଦାନ କରିଥିବା ସମସ୍ତ ସୁଧୀବୃନ୍ଦଙ୍କୁ ସ୍ୱାଗତ କରିଥିଲେ । ‘ବ୍ରଜନାଥ ସ୍ମରଣେ’ ଶୀର୍ଷକ ଶାଣିତ ,ବ୍ୟଙ୍ଗାତ୍ମକ ହୃଦୟସ୍ପର୍ଶୀ କବିତାଟିଏ ପାଠ କରି ସାମ୍ପ୍ରତିକ ପରିସ୍ଥିତିରେ ବ୍ରଜନାଥଙ୍କ ପ୍ରାସଙ୍ଗିକତା ସମ୍ପର୍କରେ ସୁବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ସେ ମଧ୍ୟ ଷୋଡ଼ଶ ଶତାବ୍ଦୀର ମହାନ୍ ସାରସ୍ଵତ ସାଧକ ରଘୁ ଅରକ୍ଷିତଙ୍କ ସୁଯୋଗ୍ୟ ଦାୟାଦ ବ୍ରଜନାଥଙ୍କ ” ଅମ୍ବିକା ବିଳାସ”,”ଚତୁର ବିନୋଦ”, “ସମର ତରଙ୍ଗ”, “ବିଚକ୍ଷଣା”,”ଗୁଣ୍ଡିଚା ବିଜେ”, “ଗୋପୀ ବିଳାପ”,”କେଳି କଳାନିଧି”, “ରାଜ୍ୟସଭା”, ଜଣାଣ ଓ ସଙ୍ଗୀତ”, ବିଦେଶ ଅନୁଚିନ୍ତା” ଆଦି ଅନେକ ସୃଷ୍ଟି ବାସ୍ତବରେ କାଳଜୟୀ ବୋଲି ଦୃଢ଼ ମତପୋଷଣ କରିଥିଲେ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବାପରେ ସଭା ସାଙ୍ଗ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ଡ଼ା.ଦେବୀ ପ୍ରସାଦ ମିଶ୍ର,ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସଂସ୍କୃତ ଶିକ୍ଷକ ଦୀପ୍ତିଶ ପ୍ରସାଦ ଶତପଥୀ, ସ୍ଵର୍ଣମୟୀ ଶତପଥୀ, ଧ୍ୟାନଚାନ୍ଦ ମିଶ୍ର, ସୁନିତାବାଳା ଷଡ଼ଙ୍ଗୀ, କିଶୋର ଚନ୍ଦ୍ର ସାମଲ, ସ୍ୱାଗତିକା ରଥ, ସୁନିତା ନାଥ,କିରଣ୍ମୟୀ ମହାଳିକ,ସ୍ମିତିସୁଧା ଜେନା, କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ, ସ୍ମିତା ପଟ୍ଟନାୟକ, ଅନିତା ସାହୁ, ପ୍ରଫୁଲ୍ଲ ବିଶ୍ଵାଳ,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ,କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସର୍ବପ୍ରଥମେ ପ୍ରାତଃ ୦୮ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସେଠୀ ମହୋଦୟଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସୁଧୀବୃନ୍ଦ ମଧ୍ୟ ଶତାୟୁ ଅନୁଷ୍ଠାନରେ ଅବସ୍ଥାପିତ ବ୍ରଜନାଥ ବଡ଼ଜେନାଙ୍କ କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଓ ଧୂପ ,ଦୀପ ଅର୍ପଣ କରିଥିଲେ । ତାହାପରେ ପରେ ଢେଙ୍କାନାଳ ରାଜବାଟି ସନ୍ନିକଟ ଶିଶୁ ଉଦ୍ୟାନ ମଧ୍ୟରେ ନୂତନ ଭାବରେ ଅଧିଷ୍ଠିତ ହୋଇଥିବା ବ୍ରଜନାଥଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ସମସ୍ତ ସୁଧୀବୃନ୍ଦ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରିଶେଷରେ ସେଦିନ ସନ୍ଧ୍ୟା ୦୭ ଘଟିକା ସମୟରେ ଢ଼େଙ୍କାନାଳର ନାଟ୍ୟ ଅନୁଷ୍ଠାନ କଳାପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ବ୍ରଜନାଥ ବଡ଼ଜେନାଙ୍କ ଲିଖିତ ସମର ତରଙ୍ଗକୁ ସାହିତ୍ୟିକ ଅବନୀ ମିଶ୍ରଙ୍କ ଦ୍ଵାରା ଗୀତିନାଟ୍ୟ ରୂପାନ୍ତର କରାଯାଇ ଶତ୍ରୁଘ୍ନ ମାଟିଙ୍କ ନିର୍ଦ୍ଦେଶନାରେ ବର୍ଣ୍ଣାଢ଼୍ୟ ପରିବେଶରେ ମଞ୍ଚସ୍ଥ କରାଯାଇଥିଲା । ଏଥିରେ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଚାତ୍ର, ବର୍ତ୍ତମାନର ଛାତ୍ରୀ ଛାତ୍ର , କର୍ମଚାରୀ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଛାତ୍ରୀ ଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ,କର୍ମଚାରୀ , ଅଭିଭାବିକା, ଅଭିଭାବକମାନେ ମଧ୍ଯ ଯୋଗଦାନ କରି ଗୀତିନାଟ୍ୟକୁ ଉପଭୋଗ କରିଥିଲେ । Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026