Home ଓଡ଼ିଶା ଡ଼ଃ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପଡ଼ିଆ :- ଭାରତର ସମ୍ବିଧାନ ପ୍ରଣେତା ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପଡ଼ିଆ ବ୍ଲକ ସଦର ମହକୁମା ସ୍ଥିତ ପଡ଼ିଆ ଆମ୍ବେଦକର ଯୁବକ ସଂଘ ତରଫରୁ ଜୟନ୍ତୀ ପାଳନ ଅବସରରେ ପଡ଼ିଆ ଆମ୍ବେଦକର ଯୁବକ ସଂଘ ଆନୁକୁଲ୍ୟରେ ସ୍ଥାନୀୟ ଆମ୍ବେଦକର କ୍ଲବ ପରିସରରେ ଡଃ ଆମ୍ବେଦକରଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ପଡ଼ିଆ ସମିତି ଅଧ୍ୟକ୍ଷା ଶ୍ରୀମତୀ ଯମୁନା ମୁଷାକୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଡଭକେଟ ମହାନନ୍ଦିଆ, ଅନିମେଶ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଡ଼ଃ ଏନ୍ ରାଘବ ରାଓ, ଆମ୍ବେଦକର ଯୁବକ ସଂଘ ସଭାପତି ସିଏଚ ରେଵିଡ କୁମାର, ଯୁବ ସମାଜସେବୀ ନାକା ନୁକାଲ ରାଜୁ, ମାଲକାନଗିରି ଜିଲ୍ଲା କ୍ରିକେଟ ସଂଘ ସଭାପତି ଏମ୍ ଡି ଫାରୁକ, ପଡ଼ିଆ ବ୍ଲକ ମଣ୍ଡଳ ସଭାପତି ଏମ୍ ମେସାକ ରବି, ମାଟେରୁ ସରପଞ୍ଚ ଲଛମନ୍ ମାଡକାମି, ବାପାନପାଲ୍ଲୀ ସରପଞ୍ଚ ମେଧା ବଗାମ, ସମିତି ସଭ୍ୟ ନନ୍ଦା ମାଡକାମି, କଣ୍ଟେଶ ପଟଲା,ନାକା ନାହାମ କୁମାର ଓ ସିଏଚ ଏଙ୍ଗିଲାୟା ପ୍ରମୁଖ ଉପସ୍ଥିତ ରହି ଡ଼ଃ ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ପୁଷ୍ପା ମାଲ୍ୟାର୍ପଣ କରିଥିଲେ । ଏହି ପରୀପ୍ରେକ୍ଷୀରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସଂଘର ସଭାପତି ସିଏଚ ରେଵିଡ ସଭାପତିତ୍ବ କରି କହିଥିଲେ ଯେ ଆଧୁନିକ ଭାରତ ଗଠନରେ ଡଃ ଭୀମରାଓ ଆମ୍ବେଦକରଙ୍କ ଅବଦାନ ଓ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା । ସେ ଏକାଧାରରେ ଶିକ୍ଷା, ସଂଘର୍ଷ ତଥା ସଂଗଠନ ଭଳି ସ୍ଲୋଗାନ ପ୍ରବର୍ତ୍ତନ କରି ସମାଜକୁ ଏକ ନୂଆ ଦିଗଦର୍ଶନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅନିମେଶ ମଣ୍ଡଳ କହିଥିଲେ ଯେ ଏକ ସାଧାରଣ ପରିବାରରେ ଜନ୍ମ ନେଇ ଡକ୍ଟର ଆମ୍ବେଦକର ଅସାଧାରଣ ଜ୍ଞାନ ଓ ଦକ୍ଷତାର ଅଧିକାରୀ ହେବା ସଙ୍ଗେ ସଙ୍ଗେ ସମଗ୍ର ବିଶ୍ବରେ ଭାରତର ସମ୍ବିଧାନିକ ବ୍ୟବସ୍ଥାକୁ ଶ୍ରେଷ୍ଠତର ମର୍ଯ୍ୟାଦା ପ୍ରଦାନ କରିପାରିଥିଲେ । ଏହି କାର୍ଯ୍ୟକ୍ରମକୁ ଆମ୍ବେଦକର ଯୁବକ ସଂଘର ସଭାପତି ସିଏଚ ରେଵିଡ କୁମାର ପରିଚାଳନା କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026