
୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ଫୁଲନଖରା ଛକ ନିକଟନୂଆ କାଚରାମାଳ ଗ୍ରାମରେ ଥିବା ମା,ରାଉତାଣୀ ଙ୍କ ପୀଠରେ ଓଡିଆ ନବବର୍ଷ ତଥା ମହାବୀର ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ଅବସରରେ ହନୁମାନ ଚାଳିଶା ପାଠକରା ଯାଇଥିଲା । ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ କଟକ ସଦରଥାନାର ଆଇଆଇସି ରଶ୍ମୀରଞନ ମହାପାତ୍ର, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ସମାଜସେବୀ ସ୍ୱାଧୀନ ଚେତା ମହାନ୍ତି, ଗୁଣନିଧି ପଟ୍ଟନାୟକ, ୱ।ର୍ଡ଼ ବିଜେଡ଼ି ସଭାପତି ଞାନରଞନ ସାହୁ, ବଦ୍ରି ନାରାୟଣ ପଟ୍ଟନାୟକ, ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମର ଉଦୟମାନ ଯୁବକଙ୍କ ପକ୍ଷରୁ ଏହି କାର୍ଯ୍ୟ କରାଯାଇ ଆସୁଥିବାରୁ ଗ୍ରାମର ଜନ ସାଧାରଣ ଖୁସି ପ୍ରକଟ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ମାନଙ୍କ ପୀଠରେ ପହଞ୍ଚି ମହାବୀର ହନୁମାନଙ୍କ ଆଶିର୍ବାଦ ନେଇଥିଲେ । ଦିପକ କୁମାର ସାହୁ , ରମେଶ ଚନ୍ଦ୍ର ପଟ୍ଟନାୟକ, ପ୍ରମୁଖ ଗ୍ରାମର ସମସ୍ତ ଯୁବକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋ କରିଥିଲେ ।

