୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ ଅନ୍ତର୍ଗତ ଚାଲକମ୍ବା ଗ୍ରାମପଞ୍ଚାୟତ ବଂଶଧାରା ନଗର ଠାରେ ଚଳିତ ମାସ ୧୪ ଏଫ୍ରିଲ ବାବା ସାହେବ ଡକ୍ଟର ଭୀମ ରାଓ ଅମ୍ବେଦକରଙ୍କ ୧୩୨ ତମ ଜନ୍ମ ଦିବସ ଉପଲକ୍ଷେ ସାହି ପରିଭ୍ରମଣ କରିଥିଲେ । ସି ପି ଆଇ (ଏମ୍ ଏଲ୍)ଲିବରେସନ୍ ଶ୍ରୀ-ତ୍ରୀପତି ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଡକ୍ଟରଅମ୍ବେଦକରଙ୍କ ବିଷୟ ଲୋକ ମାନଙ୍କୁ ଆଲୋକ ପାତ କରାଇଥିଲେ । 
ଯଥା ବାବା ସାହେବ ଅମ୍ବେଦକର ଏକ ଦଳିତ ପରିବାରରୁ ଜନ୍ମ,ସେ ତାଙ୍କର ଉଚ୍ଚ ଜାତିର ସ୍କୁଲ୍ ସାଥି ମାନଙ୍କ ଦ୍ବାରା ଅପମାନିତ ହୋଇ ଥିଲେ । ତାଙ୍କ ପିତା ଭାରତୀୟ ସେନାରେ ଜଣେ ଅଧିକାରୀ ଥିଲେ, ଗାଏକୱାର ଶାସକଙ୍କ ଦ୍ବାରା ଛାତ୍ର ବୃତ୍ତି ପ୍ରଦାନ କରାଯାଇ ସେ ଆମେରିକା,ବ୍ରିଟେନ୍ ଏବଂ ଜର୍ମାନୀର ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ ଗାଏକୱାରଙ୍କ ଦ୍ବାରା ଅନୁରୋଧ କ୍ରମେ ବରୋଦା ଜନ ସେବାରେ ପ୍ରବେଶ କରିଥିଲେ । କିନ୍ତୁ ପୁନର୍ବାର ତାଙ୍କର ଉଚ୍ଚ ଜାତିର ସହ କର୍ମୀମାନଙ୍କ ଦ୍ବାରା ଅସଦା ଚରଣ ହୋଇ ସେ ଆଇନ୍ ଅଭ୍ୟାସ ତଥା ଶିକ୍ଷାଦାନ ଆଡକୁ ମୁହାଁଇଥିଲେ । ୧୯୪୭ ମସିହାରେ ଅମ୍ବେଦକରଙ୍କ ଭାରତ ସରକାରଙ୍କ ଆଇନ୍ ମନ୍ତ୍ରୀ ହୋଇଥିଲେ । ସେ ଭାରତୀୟ ସମ୍ବଧାନ ଗଠନରେ ଏକ ଅଗ୍ରଣୀ ଅଂଶ ଗ୍ରହଣ କରିଥିଲେ । ଏବଂ ଅସ୍ପୃଶ୍ୟ ବ୍ୟକ୍ତିଙ୍କ ପ୍ରତି ଭେଦଭାବକୁ ନିଷିଦ୍ଧ କରିଥିଲେ,ଏହାକୁ ବିଧାନ ସଭା ମାଧ୍ୟମରେ ପରିଚାଳନା କରିବାରେ ଦକ୍ଷତା ସହ ସାହାଯ୍ୟ କରିଥିଲେ । ସରକାର ତାଙ୍କର ପ୍ରଭାବ ନ ଥିବାରୁ ୧୯୫୧ ମସିହାରେ ଇସ୍ତପା ଦେଇଥିଲେ, ସେ ହିନ୍ଧୁ ଧର୍ମ ତ୍ୟାଗ କରି ନାଗପୁରରେ ଏକ ସମାରୋହରେ ପ୍ରାୟ ୨୦୦,୦୦୦ ସାଥି ଦଳିତଙ୍କ ସହ ବୁଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ କେତେକ ବ୍ୟକ୍ତି ମଧ୍ୟ ଅମ୍ବେଦକରଙ୍କ ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ,ଗଣତନ୍ତ୍ର ବଞ୍ଚାଅ ନେଇ କିଛି କିଛି ଉଦ୍ଭଦନ ଦେଇଥିଲେ । ଉପସ୍ତିତ ମିନ ଶବର,ସାଇମନ ଶବର,ବନ ଶବର,କାଳିଆ ଶବର, ଗଣେଶ ଶବର,ସୁଜାତା ଶବର, ନିଳାଦ୍ରି ଶବର,ଆଗୟ ଶବର,ସି ପି ଆଇ (ଏମ୍ ଏଲ୍) ଲିବରେସନ୍ ସମ୍ପାଦକ ଶ୍ରୀ-ତ୍ରୀପତି ଗମାଙ୍ଗ ଉପସ୍ଥିତ ଥିଲେ ।
