୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ଚାଲକମ୍ବା ଗ୍ରାମ ନିକଟ ଚକରେ ଆୟୋଜିତ ଆଜି ଫଣା ସଂକ୍ରାନ୍ତି ପର୍ବ ପାଳନ ଅନୁଷ୍ଠିତ ହୋଇଛି । ଚାଲକମ୍ବା ଗ୍ରାମର ପ୍ରତ୍ୟେକ ଯୁବକ ମାନେ ବାହାରି ଏକ ମହା ଆଳମ୍ଭରରେ ପର୍ବ ପାଳନ ହୋଇଛି । ଏଥିରେ କଦଳୀ,ଦୋହି, ଆମ୍ବ,ଚିନି, ଏଫେଲ୍,ବେଲ ଇତ୍ୟାଦି ଜିନିଷ ମିଶ୍ରିତ କରି ଫଣା ପାଣି ଦେଇଥାନ୍ତି । 
ଲୋକମାନେ ରାସ୍ତାରେ ଚାଲି ଯାଉଥିବା ବ୍ୟକ୍ତି ବସ୍ ଚଳା ଚଳ ଯାନ ବାହନ ଯାତ୍ରୀମାନଙ୍କୁ ରଖି ଫଣାର ବ୍ୟବସ୍ଥା ଦେଇଥିବା ଦେଖିବାକୁ ମିଳୁଛି । ଏହି ଅବଶେଷରେ ଝଳ ତୋଫାନ୍ ଖରା ଗ୍ରୀଷ୍ମ କାଳୀନ ପରିସ୍ଥିତିରେ ଲୋକେ ଫଣା ପିଇ ନିଜ ନିଜ ଯାତ୍ରା ପଥରେ ଚାଲି ଯାହାନ୍ତି । ଏହି ଦିନ ପ୍ରଥମେ ଓଡିଆ ନବ ବର୍ଷ ପାଳନ କରିଥାନ୍ତି । ଲୋକେ କହି ଥାହାନ୍ତି କି ପୃଥିବୀ ସୂର୍ଯ୍ୟ ଚାରି ପାଖରେ ଥରେ ପରିଭ୍ରମଣ କରିବାକୁ ଗୋଟିଏ ବର୍ଷ ସମୟ ନିଏ । କିନ୍ତୁ ଆଜି ଆପେକ୍ଷିକ ଦୃଷ୍ଚିରୁ ଦେଖିଲେ ସୂର୍ଯ୍ୟ ଏହି ସମୟ କାଳ ମଧ୍ୟରେ ଆକାଶ ପଥରେ ୩୬୦° ଡିଗ୍ରୀ ପଥ ମଧ୍ୟରେ ଗତି କରିଥାନ୍ତି । ଏହି ସମ୍ବାଷୋଣ ମଧ୍ୟରେ ଲୋକେ ଦୃଷ୍ଟିରେ ରଖି ଫଣା ପାଣିର ପାଳନ କରି ଯାହାନ୍ତି । ଏଥିରେ ଯୁବକ ଗୋଷ୍ଠି ହେଲେ ଯଥା ,ବଳିଆ ଜେନା,ଶଙ୍କର ଶବର, ରାଜେନ୍ଦ୍ର ଶବର, ଭେଙ୍କେଟେଶ୍ବର୍ ଶବର, ବବୁଲ୍ ଶବର, ରାମ ଚନ୍ଦ୍ର ଶବର,ମହୋନ୍ ରାଓ ଏହି ଫଣା ସଂକ୍ରାନ୍ତି ଅବଶେଷରେ ଲୋକ ସେବା ଆଗନ୍ତୁକ ରହିଥିଲେ ।
