ମା କୂରେଈଶୁଣୀ ପ୍ରଡୁସର କମ୍ପାନୀର ବାର୍ଷିକ ସାଧାରଣ ବୈଠକ

୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର . ଉଦୟଗିରି ବ୍ଲକର ରାମଗିରି ଠାରେ ମା କୁରେଇସୁଣୀ ପ୍ରଡୁସର କାମ୍ପାନୀର ବାର୍ଷିକ ସାଧାରଣ ବୈଠକ କମ୍ପାନୀର ନିର୍ଦେଶକ ସୁରେନ୍ଦ୍ରନାଥ ପୂଜାରୀଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି l ସୁରକ୍ଷା ସଂଗଠନର ଜଳବିଭାଜିକା ପ୍ରକଳ୍ପ ପ୍ରେମାନନ୍ଦ ବେହେରା ପରିଚାଳକ ଅତୀଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଜଣାଇଥିଲେ ଓ ପ୍ରସନ୍ନ କୁମାର ଦଳାଇ ଚାଷ ଓ ଚାଷୀ ଙ୍କ ଉନ୍ନତି ପାଇଁ ନାବାର୍ଡ ସହାୟତାରେ ୨୦୧୬ ମସିହାରେ ସୁରକ୍ଷା ଅନୁଷ୍ଠାନ ର ସହଯୋଗରେ ଗଠିତ ଓ ଭାରତ ସରକାର ଙ୍କ କାମ୍ପାନୀ ଅଧିନିୟମରେ ମା କୁରେଇସୁଣୀ ପ୍ରଡୁସର କାମ୍ପାନୀ ପଞ୍ଜିକୁତ ହୋଇଛି lବର୍ତମାନ ଏହି କାମ୍ପାନୀ ଓଡିଶା ସରକାର ଙ୍କ ଓଡିଶା ମିଲେଟ ମିଶନ ଓ ସମନ୍ମିତ ଚାଷ କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଂସ୍ଥା ଭାବେ ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ରେ କାର୍ଯ୍ୟ କରୁଛି ତତସହିତ ଗତ ତିନି ବର୍ଷା ହେଲା ମଣ୍ଡିରେ ମାଣ୍ଡିଆ ଟି. ଡି. ସି. ସି. ସହଯୋଗ ରେ କ୍ରୟ କରାଯାଉଛି l ଗତ ବର୍ଷ କମ୍ପାନୀ ମୋଟ ୭୭ ଲକ୍ଷ ଟଙ୍କା ର ବ୍ୟବସାୟ କରି ତିନି ଲକ୍ଷ ଟଙ୍କା ଲାଭକରିଥିଲା l ବର୍ତମାନ କମ୍ପାନୀ ର ୩୦୦ ଲୋକ ଅଂଶୀଦାର ଅଛନ୍ତି ଏହାକୁ ବୃଦ୍ଧି କରିବାର ଆବଶ୍ୟକ ରହିଥିବା କଥା କହି ଉତ୍ପାଦିତ ଦ୍ରବ୍ୟ ର ବଜାରୀ କରଣ ଉପରେ ଗୁରୁତ୍ୱ ଦେଇଥିଲେ l ନାବାର୍ଡର ଜିଲ୍ଲା ବିକାଶ ଅଧିକାରୀ ପ୍ରତୀକ ପଣ୍ଡା କମ୍ପାନୀର ମେମ୍ବରସିପ ସହ ସେରକ୍ୟାପିଟାଲ ବୃଦ୍ଧିକରିବା ଓ ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନାରେ କମ୍ପାନୀ ମେମ୍ବର ମାନଙ୍କ ସାମିଲ କରିବା ଓ କମ୍ପାନୀ ର ମେମ୍ବର ମାନେ କିଭଳି ଅଧିକ ଲାଭ ପାଇପାରିବେ ସେହି ଭଳି ବିଜିନେସ ଡେଭେଲପ୍ମେଣ୍ଟ ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ i ଆର.ଉଦୟଗିରି ସ୍ତିତ କୃଷିବିଜ୍ଞାନ କେନ୍ଦ୍ର ମୁଖ୍ୟ ସଂଗ୍ରାମ କେଶରୀ ପରମଗୁରୁ ଉନ୍ନତ ଓ ଜୈବିକ ପ୍ରଣାଳୀରେ ଚାଷକରିବା ସହ କମ୍ପନୀ ସରକାରଙ୍କ ବିଭିନ୍ନ ଯୋଜନା ରେ ସାମିଲ ହେବ ଉଚିତ ବଳି ମତପ୍ରକାଶ କରିଥିଲେ l ଓଡିଶା କୃଷି ଶିଳ୍ପ ନିଗମର ଉପଦେଷ୍ଟା ତଥା ଅଧକ୍ଷ ପେରସ କୁମାର ପରିଛା ଉପସ୍ଥିତ ରହି ଜମିକୁ ଜଳଯୋଗାଣ ଓ ଓଡିଶା କୃଷି ଶିଳ୍ପ ନିଗମର କାର୍ଯ୍ୟକ୍ରମ ବିଷୟରେ ଉଦବୋଧନ ଦେଇଥିଲେ l ଏଥିସହିତ ଉଦ୍ୟାନ ,କୃଷି,ମଶ୍ଚହ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ରହି ସେମାଙ୍କ ବିଭାଗର କାର୍ଯ୍ୟକ୍ରମ ବିଷୟରେ ଉଦବୋଧନ ଦେଇଥିଲେ l ସୁରକ୍ଷା ସଂଗଠନର ଓଡିଶା ମିଲେଟ ମିଶନ ଆର .ଉଦୟଗିରି ବ୍ଲକ ସଂଯାଜକ ଘନଶ୍ୟାମ ଜେନା ଓ ସମନ୍ମିତ ଚାଷର ବ୍ଲକ ସଂଯାଜକ ସନ୍ତୋଷ କୁମାର ରାଉଳ ମା କୂରେଈଶୁଣୀ ପ୍ରଡୁସର କମ୍ପାନୀ ମାଧ୍ୟମରେ ସମ୍ପାଦିତ କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ lତତ ପରେ କମ୍ପନୀର ଆୟ ବ୍ୟୟ ହିସାବ,ନିର୍ଦେଶକ ଚୟନ ,ଖରିଫ ଚାଷ ପୂର୍ବରୁ ଗୋରୁଗାଈ ଆକଟ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା l କମ୍ପାନୀର ନିର୍ଦେଶକ ଯୁଧିଷ୍ଠିର ବଡମୁଣ୍ଡି ନିମଂତ୍ରିତ ଅତିଥି ତଥା ଉପସ୍ଥିତ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ବୈଠକରେ ଅଗ୍ରଣିଚାଷୀ ତଥା ପୂର୍ବତନ ରାମଗିରି ଜିଲ୍ଲା ପରିଷଦ ସଭ୍ୟ ତାରିଣୀ ଚରଣ ଗୌଡ଼ ,ଅଗ୍ରଣିଚାଷୀ ତଥା ପୂର୍ବତନ ସୁବଲଡା/ତବରସିଂ ସମିତି ସଭ୍ୟ ଗୋପାଳ କୃଷ୍ଣ ଦଳାଇ, ମା କୂରେଈଶୁଣୀ ପ୍ରଡୁସର କମ୍ପାନୀର ନିର୍ଦେଶକ କୋରା ବଡମୁଣ୍ଡି ,ଚିତ୍ତରଞ୍ଜନ ରଇତ, ରମେଶ ବଡ଼ରାଇତ, ଗାଦୁ କାର୍ଜି, ଅର୍ଜୁନ କାର୍ଜି ଆଦି ଉପସ୍ଥିତ ରହି ଆୟୋଜନ କରିବା ରେ ସହଯୋଗ କରିଥିଲେ l

Exit mobile version