Home ଓଡ଼ିଶା ପ୍ରେମ ବିବାହ ଯୋଗୁଁ ୨୦ ବର୍ଷରୁ ଉର୍ଦ୍ଧ୍ଵ ହେଲା ବାସନ୍ଦ ରହିଛନ୍ତି ଦମ୍ପତି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆଧୁନିକ ସଭ୍ୟସମାଜରେ ଏବେ କୁସଂସ୍କାର ଓ ବାସନ୍ଦ ଭଳି ଘୃଣ୍ୟପ୍ରାଥା ଚାଲିଛି । ସମାଜିକ ରୀତିନୀତିକୁ ସମ୍ମାନ ଦେଇ ଚାଲିଥିବା ଏକ ପରିବାର ଆଜି ଗ୍ରାମବାସୀଙ୍କ ନିଷ୍ପତ୍ତିର ଦୁଃଖ ଭୋଗୁଛନ୍ତି । ଏପରିକି ଏହି ପରିବାରକୁ ଭିଟାମାଟି ଓ ଚାଷ ଜମି ଛାଡିବାକୁ ପଡିଛି । ଭଲ ପାଇ ବିବାହ କଲେ ବୋଲି ଦମ୍ପତିଙ୍କୁ ୨୦ ବର୍ଷରୁ ଉର୍ଦ୍ଧ୍ଵ ହେଲା ଗାଁରୁ ବାସନ୍ଦ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକର କୀତ୍ତିଙ୍ଗ ଗ୍ରାମରେ । ସୁଚନା ଅନୁଯାଯୀ କାତ୍ତିଙ୍ଗ ଗ୍ରାମର ଜର୍ଜ ପାଇକଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେହି ଗ୍ରାମର ଅନିତା ପାଇକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଡି ଉଠିଥିଲା । ଶେଷରେ ଉଭୟେ ବିବାହ କରିବାକୁ ନୀଷ୍ପତ୍ତି ନେଇଥିଲେ । ହେଲେ କନ୍ୟାର ପରିବାର ଏବଂ ଗ୍ରାମର କିଛି ଲୋକ ଏମାନଙ୍କ ବିବାହକୁ ବିରୋଧ କରିଥିଲେ ।ଫଳରେ ପ୍ରେମୀ ଯୁଗଳ ଗାଁ ଛାଡ ରାୟଗଡା ଜିଲ୍ଲାର ଅଲୋଡା ଗ୍ରାମକୁ ଚାଲି ଯାଇଥିଲା । ସେଠାରେ ସ୍ଥାନୀୟ ସରପଞ୍ଚ ସହାୟତାରେ ଦୁହେଁ ଅଦାଲତରେ ବିବାହ (କୋର୍ଟ ମ୍ୟାରେଜ) କରିଥିଲେ । ଉଭୟଙ୍କ ୩ଟି ସନ୍ତାନ ରହିଛନ୍ତି । ଉଭୟେ ନିଜ ଭିଟାମାଟି କାତ୍ତିଙ୍ଗକୁ ଯିବା ପାଇଁ ପ୍ରଥମେ ଚେଷ୍ଟା କରିଥିଲେ । କିନ୍ତୁ କନ୍ୟାଙ୍କ ପରିବାର ଲୋକ ବିରୋଧ କରିବା ସହ ମାଡ ମାରିଥିଲେ । ଏହି କାରଣରୁ ଉକ୍ତ ଦମ୍ପତି ଦୀର୍ଘ ୨୦ ବର୍ଷରୁ ଉଦ୍ଧ୍ବ ହେବ ଗାଁରୁ ବାସନ୍ଦ ହୋଇ ରହିଛନ୍ତି । ଭିଟାମାଟି ଫେରିବାକୁ ଉଦ୍ୟମ କଲେ ଜୀବନ ମାରିଦେବାକୁ ଜର୍ଜଙ୍କୁ ଧମକ ମିଳୁଛି । ନିଜର ଖାଉଟି ସାମଗ୍ରୀ ଆଣିବାକୁ ହେଲେ ତାଙ୍କୁ ଲୁଚିଛପି ପଞ୍ଚାୟତକୁ ଯିବାକୁ ପଡୁଛି । ଏପରିକି ଗାଁରେ ତାଙ୍କ ନାମରେ ରହିଥିବା ପଡି ଓ ଆଧାର କାର୍ଡକୁ ତାଲିକାରୁ କାଟିଦେବାକୁ କିଛି ଲୋକ ଧମକ ମଧ୍ୟ ଦେଉଥିବା କହିଛନ୍ତି ଜର୍ଜ ପାଇକ ।୨୦ ବର୍ଷ ହେଲା ଗାଁରୁ ବାସନ୍ଦ ରହିବା କାରଣରୁ ଗ୍ରାମର କିଛି ଲୋକ ତାଙ୍କ ପୈତୃକ ଚାଷଜମିକୁ ଜବଦଖଲ କରି ନେଇଛନ୍ତି । କିଏ ଚାଷ କରୁଛନ୍ତି ତ ଆଉ କିଏ ଘର ନିର୍ମାଣ କରି ଦେଇଛନ୍ତି । ଗାଁର ବେହେରା ଏବଂ ଓ୍ବାର୍ଡସଭ୍ୟଙ୍କୁ ଜଣାଇ ଜର୍ଜ ନିରାଶ ହୋଇଛନ୍ତି । ବାରମ୍ବାର ମୋହନା ଥାନା ପୁଲିସ ଓ ତହସିଲଦାରଙ୍କ ନିକଟରେ ଗୁହାରି କରିଥିଲେ । ୨୦ ବର୍ଷ ମଧ୍ୟରେ ବହୁ ତହସିଲଦାର ଓ ଥାନା ଅଧିକାରୀ ବଦଳି ହୋଇ ଚାଲି ଯାଇଛନ୍ତି କିନ୍ତୁ ଆଜିସୁଧା ତାଙ୍କ ଗୁହାରି କେହି ଶୁଣି ନାହାଁନ୍ତି । ଘଟଣାର ତଦନ୍ତ କରି ଶୀଘ୍ର ସମାଧାନ କରାଯିବ ବୋଲି ମୋହନା ତହସିଲଦାର ହିମାଂ ଶୁଭୂଷଣ ପଲାଇ କହିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026