
୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ସ୍ଥାନୀୟ ଖଣ୍ଡପଡ଼ା ରୋଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟି ର ସଦସ୍ଯ ଅବଦୁଲ୍ ଆରିଫ୍ ଖାଁ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ଯାର୍ପଣ କରିଥିଲେ । ସହ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଆମ୍ବେଦକରଙ୍କର ଜୀବନୀ ବିଷୟରେ ଆଲୋଚନା କରିବା ସହିତ ସଂବିଧାନ ପ୍ରଣୟନ କରିଥିବା କମିଟିର ସମସ୍ତ ସଦସ୍ଯ ମାନଙ୍କ ସ୍ମ୍ରୁତି ଚାରଣ କରି ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୂଜ୍ୟପୂଜା କମିଟିର ସଦସ୍ଯ ଅବିନାଶ ସାହୁ, ବିମଳ ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଶ୍ରୀଧର ସାହୁ ଆଦି ସଦସ୍ଯ ମାନେ ଉପସ୍ଥିତ ଥିଲେ ।
