ରାଜ୍ୟ ଗ୍ରନ୍ଥାଗାରରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-  ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ, ଭାରତୀୟ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର, ଆଦି ଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଆଜି ଅପରାହ୍ନରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ସସ୍ମିତା ମିଶ୍ର, ରୁଦ୍ରପ୍ରସାଦ ବେହେରା, କୁକୁମିନା ଦାସ, ବିଦ୍ୟାଧର ପଣ୍ଡା, ସଳିତା ପାତ୍ର, ମଂଜୁରାଣୀ ମୁଦୁଲି ଓ ଗ୍ରନ୍ଥାଗାର ଶିକ୍ଷାନବିଶମାନେ ଯୋଗଦେଇ ନିଜ ବକ୍ତବ୍ୟରେ ରାଜଧାନୀ ଭୁବନେଶ୍ୱର ଆଜି ନିଜର ୭୫ବର୍ଷ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶିକ୍ଷା, ସ୍ୱାସ୍ଥ୍ୟ, ସୂଚନାପ୍ରଯୁକ୍ତି ପ୍ରତି କ୍ଷେତ୍ରରେ ଉନ୍ନତିର ଚରମ ସୋପାନରେ ପହଞ୍ଚି ପରିବ୍ୟାପ୍ତ ହୋଇଛି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଓ ଲୋକକବି ଜଗନ୍ନାଥ ପାଣିଙ୍କ ସ୍ମୃତି ଚାରଣ କରାଯାଇଥିଲା । ଆସନ୍ତାକାଲିଠାରୁ ରାଜ୍ୟରେ ନୂତନ ପାଞ୍ଜି ପ୍ରଚଳନ ହେବା ସହ ପ୍ରତି ଓଡ଼ିଆ ମହାବିଷୁବ ସଂକ୍ରାନ୍ତି ପାଳନ କରିବେ ।

Exit mobile version