ପିସିଏଲ୍‍ର ଗ୍ଲୋବାଲ୍‍ ସ୍କେଲ ଆମୋନିଆ ପ୍ରକଳ୍ପ ଜିତିଲା ଆରଓଏସ୍‍ପିଏ ସ୍ୱର୍ଣ୍ଣ ପୁରସ୍କାର

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମହାରାଷ୍ଟ୍ରର ରାଇଗଡ ଅନ୍ତର୍ଗତ ତଲୋଜା ଏମ୍‍ଆଇଡିସିଠାରେ ଦୀପକ ଫର୍ଟିଲାଇଜର୍ସ ଆଣ୍ଡ ପେଟ୍ରୋକେମିକାଲ୍‍ସ୍‍ କର୍ପୋରେସନ ଲିମିଟେଡର ସହଯୋଗୀ କମ୍ପାନୀ ପର୍‍ଫରମାନ୍ସ କେମିସର୍ଭ ଲିମିଟେଡ (ପିସିଏଲ୍‍) ଦ୍ୱାରା ସ୍ଥାପିତ ଗ୍ଲୋବାଲ ସ୍କେଲ୍‍ ଆମୋନିଆ ପ୍ରକଳ୍ପକୁ ୨୦୨୨ ଜାନୁଆରୀ ୧ରୁ ୨୦୨୨ ଡିସେମ୍ବର ୩୧ ମଧ୍ୟରେ ତାହାର ସ୍ୱାସ୍ଥ୍ୟ ଓ ନିରାପତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ସମ୍ମାନଜନକ ରୟାଲ୍‍ ସୋସାଇଟି ଫର୍‍ ଦି ପ୍ରିଭେନ୍‍ସନ ଅଫ ଆକ୍ସିଡେଣ୍ଟ (ଆରଓଏସ୍‍ପିଏ) ପକ୍ଷରୁ ସ୍ୱର୍ଣ୍ଣ ପୁରସ୍କାର (ଗୋଲ୍ଡ ଆୱାର୍ଡ) ପ୍ରଦାନ କରାଯାଇଛି । ଆର୍‍ଓଏସ୍‍ପିଏ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପୁରସ୍କାର ୨୦୨୨ ନିମନ୍ତେ ଏକାଧିକ ପର୍ଯ୍ୟାୟ କଡା ସମୀକ୍ଷା ଓ ଯାଞ୍ଚ ପରେ ଟୋୟୋ ଇଞ୍ଜିନିୟରିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ଗ୍ଲୋବାଲ୍‍ ସ୍କେଲ ଆମୋନିଆ ପ୍ରକଳ୍ପ ପୁରସ୍କାର ଜିତିଥିଲା ।

ଏହି ସ୍ୱର୍ଣ୍ଣ ପୁରସ୍କାର ଆମୋନିଆ ପ୍ରକଳ୍ପର ଉତ୍କର୍ଷ ବୃତ୍ତିଗତ ସ୍ୱାସ୍ଥ୍ୟ ଓ ନିରାପତ୍ତା ପରିଚାଳନା ବ୍ୟବସ୍ଥା ଓ କାର୍ଯ୍ୟ ସଂସ୍କୃତି, ଆପଦ ପରିଚାଳନା କ୍ଷେତ୍ରରେ ନିୟନ୍ତ୍ରଣମୂଳକ ପଦକ୍ଷେପ କଡାକଡି ଭାବରେ ଅନୁପାଳନ, ନିମ୍ନ ତ୍ରୁଟି ସ୍ତର, ଶୂନ୍ୟ ମୃତ୍ୟୁ ଅଥବା କୌଣସି ବଡଧରଣର ଆଘାତପ୍ରାପ୍ତ ନହେବା ଏବଂ କୌଣସି ବଡଧରଣର ପ୍ରବର୍ତ୍ତନଗତ ସମସ୍ୟା ନଥିବା ପ୍ରମାଣିତ କରିଛି । ପୁରସ୍କାର ଗ୍ରହଣ କରିବା ପରେ, ପ୍ରକଳ୍ପର ପ୍ରେସିଡେଣ୍ଟ ଶ୍ରୀ ଅରୁଣ ବିଜୟ କହିଥିଲେ, “ନିରାପତ୍ତାକୁ ସର୍ବାଧିକ ପ୍ରାଧାନ୍ୟ ପ୍ରଦାନକାରୀ ସଂସ୍କୃତିକୁ ବଜାୟ ରଖିବା ଦିଗରେ ଆମର ଉତ୍ସର୍ଗୀକୃତ କାର୍ଯ୍ୟ, ଆମର ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ବୃତ୍ତିଗତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପରିଚାଳନା ବ୍ୟବସ୍ଥା ଏବଂ ପଦକ୍ଷେପଗୁଡିକୁ ନିୟନ୍ତ୍ରଣ କରିବା ନିମନ୍ତେ ଆମର କଡାକଡି ଅନୁପାଳନ ବ୍ୟବସ୍ଥାକୁ ଏହି ସ୍ୱୀକୃତି ଅଧିକ ମଜଭୁତ କରିଛି ।

ଆମେ ଆମର ସମୁଦାୟ ଟିମ୍‍, ଟୋୟୋ ଇଞ୍ଜିନିୟରିଂ ଏବଂ ଆମର ସମସ୍ତ ସହଭାଗୀଙ୍କୁ ଏହି ଉଲ୍ଲେଖନୀୟ ସଫଳତା ହାସଲ ଦିଗରେ ସେମାନଙ୍କର ଅକୁଣ୍ଠ ସମର୍ଥନ ଓ ଅବଦାନ ନିମନ୍ତେ ଆମେ କୃତଜ୍ଞତା ଜଣାଉଛୁ ।” ୧୯୫୬ରେ ସ୍ଥାପିତ ଆର୍‍ଓଏସ୍‍ପିଏ ସ୍ୱାସ୍ଥ୍ୟ ଓ ନିରାପତ୍ତା ପୁରସ୍କାର ବିଶ୍ୱର ସବୁଠାରୁ ସମ୍ମାନଜନକ ଏବଂ ସ୍ୱୀକୃତ ପୁରସ୍କାରଗୁଡିକ ମଧ୍ୟରେ ଅନ୍ୟତମ ଏବଂ ଏଥିପାଇଁ ପ୍ରତିବର୍ଷ ପ୍ରାୟ ୨୦୦୦ ଆବେଦନ ଆସୁଥିବାବେଳେ ଏହା ୭ ନିୟୁତରୁ ଅଧିକ କର୍ମଚାରୀଙ୍କ ନିକଟରେ ପହଞ୍ଚୁଛି ।

ଏହା ସଂଗଠନଗୁଡିକୁ ବିଭିନ୍ନ ସ୍ଥଳଗୁଡିକ ମଧ୍ୟରେ ନିରନ୍ତର ପ୍ରଦର୍ଶନ ସୁନିଶ୍ଚିତ କରିବା ଏବଂ ନିମନ୍ତେ ବର୍ଷ ପରେ ବର୍ଷ ନିରାପତ୍ତା ପ୍ରଦର୍ଶନରେ ଏକ ଉଚ୍ଚତ୍ତର ସୋପାନ ହାସଲର ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ମାନକକୁ ଉଚ୍ଚ ସ୍ତରକୁ ନେଇଯିବା ନିମନ୍ତେ ପ୍ରଚଳିତ ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ମଧ୍ୟ ଏହା ଏକ ସଫଳ ମାର୍ଗ ଯୋଗାଇ ଦେଉଛି । ଗ୍ଲୋବାଲ୍‍ ସ୍କେଲ ଆମୋନିଆ ପ୍ରକଳ୍ପ ସ୍ଥାପନ ୨୦୨୧ ଏପ୍ରିଲରୁ ଆରମ୍ଭ ହୋଇଥିବାବେଳେ ୨୦୨୩-୨୪ ବର୍ଷର ପ୍ରଥମ ତ୍ରୟମାସିକରେ ଏଥିରୁ ଉତ୍ପାଦନ ଆରମ୍ଭ ହେବା ସ୍ଥିରୀକୃତ ହୋଇଛି । ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ ୧୨.୫ ନିୟୁତ ନିରାପଦ ମ୍ୟାନ୍‍-ଆୱାର ହାସଲ କରିସାରିଛି ।

 

Exit mobile version