୧୩ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା :- କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ କଟକ ସଦରଥାନା ଅନ୍ତର୍ଗତ ପ୍ରତାପନଗରୀ ଗ୍ରାମର ମା, ଧାକୁଲେଇଙ୍କ ପ୍ରସିଦ୍ଧ ଯାତ୍ରା ମହୋତ୍ସବ ଗୁରୁବାର ଚୈତ୍ର ପୂର୍ଣ୍ଣମି ଠାରୁ ରମ୍ଭ ଶାନ୍ତି ସୃଙ୍ଖଳାର ସହିତ ବୁଧବାର ରାତିରେ ଶେଷ ହୋଇଛି । ଦୀର୍ଘ ସାତଦିନ ଧରି ଚାଲିଥିବା ଏହି ଯାତ୍ରାରେ ୫ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର ଛୋଟ ବଡ଼ ଦୋକାନ ଖୋଲିଥିଲା । ପାଗ ଭଲ ରହିବାରୁ ଦୂର ଦୂରାନ୍ତରୁ ଏଠାକୁ ଆସିଥିବା କଦୋକାନୀ ମାନେ ସେମାନଙ୍କର ଜିନିଷ ବିକ୍ରିକରି ଏଥର ଭଲ ରୋଜଗାର କରିଥିଲେ । 
ଦିନ ରାତି ଯାତ୍ରାରେ ଲୋକଙ୍କ ଭିଡ଼ ଲାଗୁଥିବା ଦେଖି , କଟକ କମିଶନରେଟ କଟକ ସଦର ଥାନା ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସଙ୍କୁ ନିୟୋଜିତ କରାଯାଇଥିଲା । ଭିଡ଼କୁ ଏଡ଼ାଇବା ଲାଗି ଯାତ୍ରାକୁ କାର, ବାଇକ ,ଅଟୋ ନେଇ ଆସୁଥିବା ଯାତ୍ରୀ ମାନେ ସେମାନଙ୍କର ଗାଡ଼ି ରଖିବା ପାଇଁ ବିଭିନ୍ନ ସ୍ଥାନରେ ତିନୋଟି ଷ୍ଟାଣ୍ଡ କରାଯାଇଥିଲା । ଯାତ୍ରା ବୁଲିବାକୁ ଆସୁଥିବା ଯାତ୍ରୀ ମାନେ ସେମାନଙ୍କର ମନପସନ୍ଦର ଜିନିଷ କିଣିବା ସୁଯୋ ପାଇଥିଲେ । ଭିଡ଼ରେ ଚୋରି ପକେଟ ମାରୁ ଏବଂ ଗଣ୍ଡଗୋଳ କରୁଥିବା ଲୋକଙ୍କ ଉପରେ ନଜର ରଖବା ପାଇଁ ୫୦ରଙ ଉର୍ଦ୍ଧ୍ବ ସିସିଟିଭି କ୍ୟାମେରା ଖଞାଯିବା ସହ ସାଧା ପୋଷାକ ଧାରୀ ପୋଲିସ ଏବଂ ଶତାଧିକ ସ୍ୱଛାସେବୀ ଯୁବକଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ କରାଯାଇଥିଲା । ୬ ଦିନ ଧରି ସନ୍ଧ୍ୟା ୭ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ରାତି ୧୨ଟାରୁ ଭୋର ପର୍ଯ୍ୟନ୍ତ ଦୁଇଟି ନାମକରା ଅପେରା ପାର୍ଟି ଫ୍ରି ସେଲ ଯାତ୍ରା ପରିବେଷଣ କରିଥିଲେ । ଏହାସହିତ ବିଭିନ୍ନ ଦିବସରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଯାପନ ଉତ୍ସବରେ କଟକ କମିଶନରେଟ ପୋଲିସ ଯୋନ୍ -୪ ଏସିପି ଚନ୍ଦନ ଘଡେଇ ମୁଖ୍ୟ ଅତିଥି, କଟକ ସଦରଥାନା ଆଇଆଇସି ରଶ୍ମୀରଞନ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଲେ ଯେ, ଚଳିତ ବର୍ଷ ଲକ୍ଷାଧିକ ଲୋକଙ୍କ ସମାବେଶରେ ରେ ଅନୁଷ୍ଠିତ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବାରୁ ପ୍ରତାପନଗରୀ ଗ୍ରାମର ସମସ୍ତ ଯୁବକ, ଭଲିୟୁଣ୍ଟର, ଗ୍ରାମ୍ୟ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ମା,ଧାକୁଲେଇ ଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ । ସଭାପତି ପ୍ରମୋଦ କୁମାର ସ୍ୱାଇଁ, ସଂପାଦକ ପ୍ରମୋଦ କୁମାର ବେହେରା, ସହ ସଂପାଦକ, ବାଦଲ କୁମାର ଜେନା ପ୍ରମୁଖ ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଯୁବକ ସହଯୋଗ କରିଥିଲେ ।

