
୧୩ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟି ରଖି ଗତ ୧୨ ତାରିଖରୁ ଆସନ୍ତା ତାରିଖ ୧୬ ତାରିଖ ପର୍ଯ୍ୟନ୍ତ ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ମୋହନା ସ୍ଥିତ ସେଣ୍ଟ ପିଟର କନଭେଣ୍ଟ ସ୍କୁଲରେ ଚାଲୁଛି ପାଠପଢା । ପ୍ରଚଣ୍ଡ ଖରାରେ ପିଲା ମାନେ ସ୍କୁଲ ପରିସର ପଡିଆରେ ଖେଳୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ବିଦ୍ୟାଳୟକୁ ସେହିଭଳି କୌଣସି ଚିଠି ଆସିନି ବୋଲି ବିଦ୍ୟାଳୟ କମିଟି ସମ୍ପାଦକ ଫାଦେର ବାବୁଲା । ସ୍କୁଲ ପକ୍ଷରୁ ଛୁଟି ସମ୍ପର୍କରେ କୌଣସି ସୂଚନା ମିଳିନଥିବା କହିଛନ୍ତି ଅଭିଭା । ରାଜ୍ୟ ସରକାରଙ୍କ ନିର୍ଦେଶକୁ ନ ମାନି ବିଦ୍ୟାଳୟ ସମ୍ପାଦକ ସ୍କୁଲ ଖୋଲୁଛନ୍ତି କହୁଛନ୍ତି ନିର୍ଦେଶ ମିଳିନି ବୋଲି ସଫେଇ ଦେଉଛନ୍ତି ।

