
୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ସମ୍ବଲପୁର :- ପରୀକ୍ଷା ପ୍ରସ୍ତୁତି ସେବା କ୍ଷେତ୍ରରେ ଭାରତର ଅଗ୍ରଣୀ ଆକାଶ ବାଇଜୁସ୍ ଏହାର ନିଟ୍, ଆଇଆଇଟି, ଜେଇଇ ଓ ଅଲିମ୍ପିଆଡ କୋଚିଙ୍ଗ ଏବଂ ଫାଉଣ୍ଡେଶନ ପାଠ୍ୟକ୍ରମଗୁଡିକ ପାଇଁ ମିଳୁଥିବା ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ଓଡିଶାର ସମ୍ବଲପୁରରେ ଏହାର ପ୍ରଥମ କ୍ଲାସ୍ରୁମ୍ ସେଂଟର୍ର ଶୁଭାରମ୍ଭ କରିଛି । ଆକାଶ ବାଇଜୁସ୍ ପକ୍ଷରୁ ଏହି ନୂତନ ସେଂଟର୍ ଯୋଗ ସହିତ, ବର୍ତମାନ ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହାର ମୋଟ ୩୨୫ରୁ ଅଧିକ ସେଂଟର ରହିଛି । ସମ୍ବଲପୁରର ଏକ ପ୍ରମୁଖ ସ୍ଥାନ, ପ୍ଲଟ୍ ନମ୍ବର-୪୨୬, ଗ୍ରାଉଣ୍ଡ ଫ୍ଲୋର୍ ଓ ୧ମ ମହଲା, ହୋଟେଲ୍ କାବେରୀ ପଛ, ଭୀମଭୋଇ ପାର୍କ ରୋଡ୍, ଉଡି ଜୋନ୍ସ ପିଜା ନିକଟରେ, ଅଇଁଠାପଲିଠାରେ ବିଶାଳ ୫୯୬୮ ବର୍ଗଫୁଟ୍ ସ୍ଥାନରେ ଅବସ୍ଥିତ ଆକାଶ ବାଇଜୁସର ଏହି ସେଂଟର୍ରେ ୮ଟି ଶ୍ରେଣୀଗୃହ ରହିଛି ।
