ଚିଲିକା ରାଜନୀତି ଏକ ରୋମାଞ୍ଚକ ଥିଲା ବେଳେ, ଆଜି ଦଣ୍ଡ ମେଲଣ ଉତ୍ସଵ ରେ ସବୁ ଦଳର ନେତା ଏକ ମଞ୍ଚରେ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା ନେବାପାଇଁ ଉପସ୍ଥିତ
ବାଣପୁର ଅସ୍ଥା ଓ ବିଶ୍ୱାସର ପ୍ରତୀକ ଦଣ୍ଡ ଠାକୁର । ବିଶ୍ୱାସରୁ ପରମ୍ପରାର ସୃଷ୍ଟି । ଯେଉଁ ଠାକୁର ଦାଣ୍ଡରେ ବୁଲନ୍ତି, ଦାଣ୍ଡରେ ପୂଜା ପାଆନ୍ତି । ଠାକୁରଙ୍କ ସାଥିରେ ଭକ୍ତ ବି ବୁଲେ, ଦାଣ୍ଡରେ ମୁଣ୍ଡିଆ ମାରେ, ଠାକୁରଙ୍କୁ ପାଇବାକୁ ଦଣ୍ଡ ପାଏ । ଏହିଭଳି ଅନନ୍ୟ ପରମ୍ପରା ଓଡ଼ିଶାରେ ପ୍ରଚଳିତ ।

