୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଢେଙ୍କାନାଳ :- ଜାତୀୟ ରାଜପଥ 55 ର ସମ୍ପ୍ରସାରଣ କାମର ଅହେତୁକ ବିଳମ୍ବ ଓ ବିଭିନ୍ନ ସ୍ଥାନରେ ଅଧାପନ୍ତରିଆ କାମଯୋଗୁ ରାସ୍ତାଟି ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଗତ ଦୁଇବର୍ଷରେ ଏହି ରାସ୍ତାରେ 344ଜଣଙ୍କର ମୁଣ୍ଡ ଗଡି ସାରିଲାଣି l 2020ଜୁନସୁଦ୍ଧା କାମସରିବା କଥା l କୋଭିଡ ଯୋଗୁ 1ବର୍ଷ ସମୟ ବର୍ଦ୍ଧିତ କରାଗଲା କିନ୍ତୁ କାମର ଅଗ୍ରଗତି ଜମାରୁ ହେଲାନି ଏପରିକି 20%ରୁ 25%ପର୍ଯ୍ୟନ୍ତ କାମ ହୋଇପାରିଲାନି l ପୁନର୍ବାର ଆହୁରି 1ବର୍ଷ ସମୟ ବର୍ଦ୍ଧିତକରି କାମ ସାରିବାକୁ କାମନେଇଥିବା ଠିକାକମ୍ପାନୀ ଗାୟତ୍ରୀକୁ ଅନୁମତିଦିଆଯାଇଥିଲା କିନ୍ତୁ ରାସ୍ତା କାମରେ କୌଣସି ଅଗ୍ରଗତି ନହେବାରୁ ପ୍ରବଳ ଜନଅସନ୍ତୋଷଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ ଆନ୍ଦୋଳନ ହେବାଦ୍ୱାରା କେନ୍ଦ୍ରସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ରାଜପଥ ପ୍ରାଧିକରଣ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଠିକାସଂସ୍ଥା ଦ୍ୱାରା ନିଯୁକ୍ତ 3ଜଣ ସବକଣ୍ଟ୍ରାକ୍ଟରଙ୍କମାଧ୍ୟମରେ ରାସ୍ତାକୁ 3ଭାଗକରି ରାସ୍ତାକାମକୁ ଜୁନ 2022ସୁଦ୍ଧା ସରିବବୋଲି ଘୋଷଣା କଲେ l
ମାନ୍ୟବର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମହାଶୟ ଲୋକସଭାରେ ଢେଙ୍କାନାଳସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଓ ଓଡିଶାର ଅନ୍ୟ ସାଂସଦମାନଙ୍କୁ ଜୁନ 2022 ସୁଦ୍ଧା ରାସ୍ତାକାମ ସମ୍ପୂର୍ଣହେବବୋଲି ନିର୍ଭର ପ୍ରତିଶୃତିଦେଲାପରେମଧ୍ୟ ଏପର୍ଯ୍ୟନ୍ତ 40%କାମହୋଇନାହିଁ ବୋଲି ରାସ୍ତାକାମ ତଦାରଖ କରିବାକୁ ଆସିଥିବା ଅଧିକାରୀ କହିଛନ୍ତି ଯାହା ବିଭିନ୍ନ ଖବର କାଗଜ ରେ ପ୍ରକାଶ ହୋଇଛି l ଏବେ ଗାୟତ୍ରୀ ଠିକାସଂସ୍ଥାଦ୍ୱାରା ନିଯୁକ୍ତ ସବକଣ୍ଟ୍ରାକ୍ଟରମାନେ ଆଉ କାମ କରୁଥିବା ଭଳିଆ ଦେଖାଯାଉନି ଯାହାଫଳରେ ନିକଟଭବିଷ୍ୟତରେ ଏହି ରାସ୍ତା କାମଟି ସରିଲାଭଳିଆ ଲାଗୁନିl ଏହି କାମର ଅଗ୍ରଗତି ଯେଭଳି ଚାଲିଛି ଏହି ରାସ୍ତା କାମ ସରିବାକୁବୋଧେ ଆହୁରି 4/5ବର୍ଷ ଲାଗିଯାଇପାରେ ଏବଂ ଏହି 4/5ବର୍ଷରେ କେତେଯେ ମୁଣ୍ଡ ରାସ୍ତାରେ ନଗଡିବ କହିହେବନି l ଠିକା ସଂସ୍ଥା ସମୟ ଅବଧିରେ କାମ ସାରିନପାରିଲେ ଚୁକ୍ତିନାମା ସର୍ତ୍ତ ଅନୁସାରେ ତାସହିତ ହୋଇଥିବା ଚୁକ୍ତିନାମାକୁ ବାତିଲ କରି ନୂଆଟେଣ୍ଡର ପ୍ରକ୍ରିୟା ଆରମ୍ଭ କରି ନୂଆ ଠିକାସଂସ୍ଥାସହିତ ଚୁକ୍ତିକରି କାମ କରିଵା କଥା ଏବଂ ନୂଆଟେଣ୍ଡର ଫଳରେ ଯାହା ଅଧିକା ବ୍ୟୟ ହେବ ତାହା ପୁରୁଣା ଠିକାସଂସ୍ଥାଠାରୁ ଆଦାୟ କରି ଭରଣା ହେବ l ଯଦି ଏହି କାର୍ଯ୍ୟଟି ଜାତୀୟ ରାଜପଥ ପ୍ରାଧିକରଣ 2ବର୍ଷ ପୂର୍ବରୁ କରିଥାନ୍ତା ବୋଧହୁଏ ନୂଆ ଠିକାସଂସ୍ଥା ରାସ୍ତାସମ୍ପ୍ରସାରଣ କାମଟି ଏତେବେଳକୁ ସାରିସାରନ୍ତାଣି l କେନ୍ଦ୍ରସରକାର ଗାୟତ୍ରୀ ଠିକାସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ଠିକାସଂସ୍ଥା ସହିତ ହୋଇଥିବା ଚୁକ୍ତିନାମାକୁ ବାତିଲ ନ କରି ଏତେ ଦରଦୀ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଉପକୂଳ ଓଡିଶା ଓ ପଶ୍ଚିମ ଓଡିଶାର ଜୀବନରେଖା କୁହାଯାଉଥିବା 55ନମ୍ବର ଜାତୀୟ ରାଜପଥ ଯାହାଉପରେ ଲକ୍ଷଲକ୍ଷ ଜନସାଧାରଣଙ୍କ ସହିତ ରାଜ୍ୟର ଅନେକ ଛୋଟ ବଡ଼ ଶିଳ୍ପାନୁଷ୍ଠାନ, ଖଣି ଖାଦାନ, ବ୍ୟବସାୟ ଅନୁଷ୍ଟାନ ନିର୍ଭଳଶିଳ ସେହି ରାସ୍ତା କାମର ଅହେତୁକ ବିଳମ୍ବ ଓ ଦୁର୍ଘଟଣା ଯୋଗୁ ଶହ ଶହ ଲୋକଙ୍କ ଧନଜୀବନ ବିପଦରେ ଥିବାବେଳେ ରାଜ୍ୟ ଭାରତୀୟ ଜନତା ପାର୍ଟି ନେତାମାନେ ସ୍ୱର ଉତ୍ତୋଳନ ନକରିବା କିମ୍ବା ଆନ୍ଦୋଳନ ନକରିବା ଅତ୍ୟନ୍ତ ଦୁଃଖଦାୟକ l
ଏ nei ଆସନ୍ତା 17ଏପ୍ରିଲ 2023ରେ ଢେଙ୍କାନାଳ ସାଂସଦ ଜାତୀୟ ରାଜପଥ 55ର ସମ୍ପ୍ରସାରଣ କାମକୁ ତରନ୍ୱିତ କରି ଜନସାଧାରଣଙ୍କ ଧନ ଜୀବନକୁ ସୁରକ୍ଷିତ ରଖିବା ନିମନ୍ତେ ଶୀଘ୍ର ରାସ୍ତା କାମ ସାରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାପାଇଁ ସକାଳ 8ଘଣ୍ଟାରୁ 9ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ କରିବାକୁ ଜନସାଧାରଣଙ୍କୁ ଆହ୍ଵାନ ଦେଇଛନ୍ତି l ଏହି ଜନହିତକାରି ରାସ୍ତାରୋକ ଆନ୍ଦୋଳନରେ ଦଳମତ ନିର୍ବିଶେଷରେ ସମସ୍ତେ ସାମିଲହେବା ଉଚିତ l

