Home ଓଡ଼ିଶା ଟିପିଏସ୍ଓଡିଏଲ୍ ଗ୍ରୀଷ୍ମ ଋତୁର ପିକ୍ ଚାହିଦା ପୂରଣ କରିବାକୁ ପ୍ରସ୍ତୁତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବ୍ରହ୍ମପୁର :- ଚଳିତ ଗ୍ରୀଷ୍ଣ ଋତୁରେ ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ନେଇ ପୂର୍ବାନୁମାନ ଅନୁଯାୟୀ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପ୍ରସ୍ତୁତ ରହିଛି । ଗ୍ରୀଷ୍ଣ ଋତୁରେ ପିକ୍ ଡିମାଣ୍ଡ୍ (ଶୀର୍ଷ ଚାହିଦା) ୭୮୦ ମେଗାୱାଟ୍ ଆକଳନ କରାଯାଇଥିବା ବେଳେ କଂପାନି ବ୍ୟାପକ ପ୍ରଯୁକ୍ତି ସମ୍ମିଳିତ ପଦକ୍ଷେପ ଗ୍ରହଣ କରିଛି ଯାହା ଆବଶ୍ୟକତାକୁ ମୁକାବିଲା କରିବାରେ କଂପାନିକୁ ସହାୟକ ହେବ । ପ୍ରଯୁକ୍ତିର ବ୍ୟବହାର :- ଟିପିଏସ୍ଓଡିଏଲ୍ ବର୍ତମାନ ଏହାର କେନ୍ଦ୍ରୀୟ ପିଏସସିସିରୁ ୧୨୦ ପିଏସ୍ଏସର ନିରୀକ୍ଷଣ ଓ ନିୟନ୍ତ୍ରଣ କରୁଛି । ଜରୁରୀକାଳରୀନ ସ୍ଥିତିରେ ନେଟୱାର୍କକୁ ସୁବିଧାରେ ଓ ପ୍ରଭାବୀ ପରିବର୍ତ୍ତନ କରିବା ଲାଗି ତାହା କଂପାନିକୁ ସକ୍ଷମ କରିଛି । ଆସିକା ଓ ବ୍ରହ୍ମପୁର ଓ ସିଟି ସର୍କଲର ୯ ଲକ୍ଷ ସହରର ଗ୍ରାହକଙ୍କୁ ମଧ୍ୟ ଟିପିଏସ୍ଓଡିଏଲ୍ ଜିଆଇଏସ୍ (ଜିଓଗ୍ରାଫିକାଲ୍ ଇନଫର୍ମେସନ ସିଷ୍ଟମ୍) ଅଧୀନରେ ସାମିଲ କରିଛି । ଏଡିଏମ୍ଏସ୍ (ଅତ୍ୟାଧୁନିକ ବଣ୍ଟନ ପରିଚାଳନା ବ୍ୟବସ୍ଥା) ସାହଯ୍ୟରେ ପ୍ରଭାବିତ ଅଂଚଳ ଓ ଗ୍ରାହକ ଚିହ୍ନଟ କରିପାରିବା ସହ ପ୍ରତ୍ୟକ୍ଷ ଭାବେ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବେ । ନେଟୱାର୍କରେ ଉନ୍ନତି :- ନିୟମିତ ବ୍ୟବଧାନରେ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ବ୍ୟତୀତ କଂପାନି ପକ୍ଷରୁ ୨୩୯.୪ ସିକେଟି କିମି ହଟ୍ ଲାଇନର ଉନ୍ନତିକରଣ କରାଯାଇଛି ଏବଂ ୩୦୨ ସିକେଟି କିମି ଏଲଟି (ନିମ୍ନ କ୍ଷମତା ସମ୍ପନ୍ନ) ଅଣ୍ଡରସାଇଜଡ୍/ ଖରାପ ସ୍ଥିତିରେ ଥିବା ଏବି ତାରକୁ ପରିବର୍ତ୍ତନ କରାଯାଇଛି । ୧୫୫ ସଂଖ୍ୟକ ନୂଆ ଭିସିବି ସହିତ ପୁରୁଣା ପ୍ରାଥମିକ ସବ୍ ଷ୍ଟେସନ (ନନ୍-ଓଡିଏସ୍ଏସପି)ରେ ୪୫.୩ ଏମଭିଏର ବିଦ୍ୟୁତ ଟ୍ରାନ୍ସଫରମର ଦକ୍ଷତା ଯୋଗ କରାଯାଇଛି । ଗ୍ରୀଷ୍ମ ଋତୁ ସାରାରେ ଗ୍ରାହକମାନଙ୍କ ଲାଗି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ୨୦୭୯ ଖରାପ ଡିଟିଆର ପରିବର୍ତ୍ତନ କରାଯାଇଥିବା ବେଳେ କଂପାନି ପକ୍ଷରୁ ଡିଟିଆରରେ (ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର) ଉନ୍ନତିକରଣ ସହ ନେଟୱାର୍କରେ ୩୪.୧୨ ଏମଭିଏ ବଣ୍ଟନ ନେଟୱାର୍କ ଦକ୍ଷତା ଯୋଗ କରାଯାଇଛି । ଅନ୍ୟାନ୍ୟ ଅଭିଯାନ ଭିତରେ ସାମିଲ ରହିଛି ବିଦ୍ୟୁତ ଟ୍ରାନ୍ସଫର ଓ ବଣ୍ଟନ ଟ୍ରାନ୍ସଫରମର (ଡିଟିଆର୍)ର ମରାମତି ଓ ରକ୍ଷଣାବେକ୍ଷଣ । ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ/ପ୍ରସ୍ତୁତି :- ୧. ପାଟ୍ରୋଲିଂ ଓ ରକ୍ଷଣାବେକ୍ଷଣ ଜରିଆରେ ୧୫,୯୧୦ ସିକେଏମ୍ ହଟ୍ ଲାଇନରେ ନିୟମିତ ଭାବେ ବୃକ୍ଷର ବିଭିନ୍ନ ଅଂଶ ଚ୍ଛେଦନ କରାଯାଇଛି । ୨. ୩୮ଟି ପିଟିଆରର, ୩୭୬ଟି ୩୩ କେଭି ଓ ୧୧ କେଭି ଭିସିବିର ମରାମତି ଓ ପୁରୁଣା ପିଏସ୍ଏସ୍ (ଅଣ-ଓଡିଏସ୍ଏସପି)ରେ ୬୮ଟି ରିଲେକୁ ପରିବର୍ତ୍ତନ କରାଯାଇଛି । ୩. ୯,୯୭୨ ଡିଏସ୍ଏସର ରକ୍ଷଣାବେକ୍ଷଣ ପୂର୍ଣ୍ଣ କରାଯାଇଛି ଏବଂ ୩୯,୫୬୪ ଡିଟି ଲୋଡରେ ଲୋଡ୍ ସର୍ଭେ ଏବଂ ୨,୬୭୬ ଡିଟିଆରରେ ଲୋଡ୍ ବାଲାନ୍ସିଂ କରାଯାଇଛି ୪. ୪୩୫୭ ଏମସିସିବି/ କିଟ୍-କ୍ୟାଟ୍ ଫ୍ୟୁଜ୍ ସ୍ଥାପନ କରି ଏଲଟି ସୁରକ୍ଷାରେ ଉନ୍ନତି ଅଣାଯାଇଛି ଏବଂ ସେବା ସଂଯୋଗରେ ଗଡ଼ବଡ଼କୁ ହଟାଇବା ଲାଗି ୪,୪୦୬ ଏଲଟି ଖୁଣ୍ଟ ସଫା କରାଯାଇଛି ୫. ଡିଏସ୍ଏସରେ ୧୫,୫୬୬ ଏଲ୍ଏକୁ ସ୍ଥାପନ କିମ୍ବା ବଦଳାଇ ଦିଆଯାଇଛି ସୁରକ୍ଷା ଅଭିଯାନ :- ୧. ୨୦୫୭ କ୍ଷତିଗ୍ରସ୍ତ ଉଚ୍ଚ କ୍ଷମତା ସମ୍ପନ୍ନ (ଏଚଟି) ଓ ଏଲଟି ଖୁଣ୍ଟକୁ ପରିବର୍ତ୍ତନ କରାଯାଇଛି ଏବଂ ୯୮ ବିଦ୍ୟୁତ ଟ୍ରାନ୍ସଫରମରକୁ ନିଉଟ୍ରାଲ୍ ଆର୍ଥିଂ ପ୍ରଦାନ କରାଯାଇଛି ୨. ୨୮୦୭ ଡିଏସ୍ଏସ୍, ୧୧ କେଭି ଓ ଏଲଟି ନେଟୱାର୍କ ସଂଯୋଗ ପାଇଁ ନୂଆ ଆର୍ଥିଂ ଯୋଡ଼ାଯାଇଛି ୩. ୬୨୯୯ ଏଚଟି/ ଏଲଟି ମାଧ୍ୟମିକ ବିଦ୍ୟୁତ ଖୁଣ୍ଟ ଲଗାଯାଇଛି । ଲୋଡର ପୂର୍ବାନୁମାନ :- ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଚାହିଦା (ଲୋଡ୍) ଆକଳନ ଗୁରୁତ୍ୱପୂର୍ଣ୍ଣ । ଗ୍ରାହକମାନଙ୍କ ଲାଗି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ଓ ସୁଲଭ ଯୋଜନା ନିମନ୍ତେ ଗତବର୍ଷର ଲୋଡ୍ ବୃଦ୍ଧି ରୂପରେଖ ଓ ଚାହିଦାରେ ସମ୍ଭାବ୍ୟ ବୃଦ୍ଧି ଭଳି ମାନଦଣ୍ଡ ବିଚାରକୁ ନେଇ ଟିପିଏସ୍ଓଡିଏଲ୍ ଚାହିଦାର ପୂର୍ବାନୁମାନ କରିଥାଏ । ଟିପିଏସ୍ଓଡିଏଲ୍ ଅଂଚଳରେ ଗ୍ରୀଷ୍ମକାଳୀନ ଶୀର୍ଷ ଚାହିଦା ଧାରା : ୧. ୨୦୨୩-୨୪ (ଆଶା କରାଯାଯାଉଛି): ୭୮୦ ମେଗାୱାଟ୍ ୨. ୨୦୨୨-୨୩ : ୭୨୮ ମେଗାୱାଟ୍ ୩. ୨୦୨୧-୨୨ : ୬୭୬ ମେଗାୱାଟ୍ ଆଗାମୀ ଗ୍ରୀଷ୍ମ ଋତୁ ଲାଗି କଂପାନିର ପ୍ରଯୁକ୍ତି ବିଷୟରେ ନିଜ ଭାବନାକୁ ବ୍ୟକ୍ତ କରି ଟିପିଏସ୍ଓଡିଏଲର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଗ୍ରୀଷ୍ମ ଋତୁରେ ଆମ ଅଂଚଳରେ ୭୮୦ ମେଗାୱାଟ ଶୀର୍ଷ ଚାହିଦା ହେବ ବୋଲି ଆମେ ଆକଳନ କରିଛୁ। ଏହି ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ଆମେ ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରିଛୁ । ଚାହିଦା ବୃଦ୍ଧିର ମୁକାବିଲା କରିବା ଏବଂ ଆମ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା ଲାଗି ଆମେ ଉନ୍ନତ ପ୍ରଯୁକ୍ତିର ବ୍ୟବହାର କରିଥିବା ବେଳେ ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛୁ । ଆମର ଲକ୍ଷ୍ୟ ହେଉଛି ଆମ ଗ୍ରାହକମାନଙ୍କ ପାଇଁ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇବାକୁ ନିଶ୍ଚିତ କରିବା ଏବଂ ଆଗାମୀ ଗ୍ରୀଷ୍ଣ ଋତୁ ଆହ୍ୱାନର ମୁକାବିଲା କରିବା ଲାଗି ଆମ ପ୍ରସ୍ତୁତି ଉପରେ ଆମର ବିଶ୍ୱାସ ରହିଛି ।’’ ଗ୍ରୀଷ୍ମ ଋତୁର ବିଦ୍ୟୁତ ଚାହିଦା ଅନୁସାରେ ଏବଂ ପରିଚାଳନାରେ ଯେକୌଣସି ଅଘଟଣକୁ ଆହୁରି ହ୍ରାସ କରିବା ଲାଗି କଂପାନି ପକ୍ଷରୁ ସଂସ୍ଥାରେ ଏକ ସୁରକ୍ଷା ସଂସ୍କୃତି ଗ୍ରହଣ କରାଯାଇଛି । ହିଟ୍ ଷ୍ଟ୍ରେସ୍ ଓ ପ୍ରାଥମିକ ଉପଚାର ଉପରେ ସଚେତନତା ବିଷୟରେ ସବୁ କର୍ମଚାରୀମାନଙ୍କ ଲାଗି ତାଲିମ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । Categories: ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026