୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବ୍ରହ୍ମପୁର :- ରାଜ୍ଯ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବ୍ରହ୍ମପୁରସ୍ଥିତ ଏମକେସିଜି ନୂତନ ସମ୍ମିଳନୀ କକ୍ଷରେ ସହରାଞ୍ଚଳ ରୂପାନ୍ତରଣର କ୍ଲଷ୍ଟରସ୍ତରୀୟ କର୍ମଶାଳା ହୋଇଯାଇଛି । ଦ୍ଵିତୀୟ ତଥା ଉଦ୍ଯାପନୀ ଦିବସରେ ଗଞ୍ଜାମ, ରାୟଗଡା, ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାର ୨୭ଟି ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ର ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଏସ୍ବିଏମ୍ ଓ ସାନିଟେସନ୍ କର୍ମଚାରୀ ମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । 
ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଜି ମାଥି ଭାଥନନ୍ ଅର୍ବାନ୍ ଗଭର୍ଣ୍ଣାନ୍ସ୍ ଭିଜନ୍ ୨୦୨୩-୨୪ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଏଥିରେ ସେ ସହରାଞ୍ଚଳ ରୂପାନ୍ତରଣ ଠାରୁ ଆରମ୍ଭ କରି ୱାର୍ଡ ଅଫିସ କାର୍ଯ୍ୟକ୍ଷମ, କଲ୍ୟାଣମଣ୍ଡପ ନିର୍ମାଣ, ରୋଡ, ଡ୍ରେନ୍, ଭେଣ୍ଡିଂ ଜୋନ୍, ମୁକ୍ତା ୨.୦, ଜାଗା ମିଶନ୍ ୨.୦, ପାନୀୟ ଜଳ ୨.୦, କଠିନ ଓ ତରଳ ବର୍ଜ୍ୟ ପରିଚାଳନା, ଗାରିମା ଆଦି ସମସ୍ତ ଯୋଜନା ବିଷୟରେ ପ୍ରକାଶ କରିଥିଲେ ।

