ବ୍ୟାସନଗର ପ୍ରେସଫୋରମର ବାର୍ଷିକ କାର୍ଯ୍ୟ ଖସଡା ଓ ସାଧାରଣ ପରିଷଦ ବୈଠକ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବ୍ୟାସନଗର :- ବ୍ୟାସନଗର ପ୍ରେସ ଫୋରମର ବାର୍ଷିକ କାର୍ଯ୍ୟଖସଡା ଓ ସାଧରଣ ପରିଷଦ ବୈଠକ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଜି ସ୍ଥାନୀୟ ବ୍ୟାସନଗର ସ୍ଥିତ ଜଙ୍ଗଲ ପରିସରରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ମଳୟ କୁମାର ମଲ୍ଲିକ ବାର୍ଷିକ ଆୟବ୍ୟୟ ବିବରଣୀ ପ୍ରାଦନ କରିଥିଲେ ବେଳେ ସଭାପତି ଅଭୟ ପତି ଫୋରମର ଆଗାମୀ ବର୍ଷ ପାଇଁ ନିର୍ଦ୍ଧାରିତ କାର୍ଯ୍ୟଖସଡା ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ । ଉପସଭାପତି ଦୟାନିଧୂ ନାୟକ ଓ ଜ୍ଞାନରଞ୍ଜନ ଓଝା, ସହ ମାଦକ ପ୍ରମୋଦକୁମାର ପାତ୍ର, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, କାର୍ଯ୍ୟାଳୟ ସଂପାଦକ ବାଇଧର ମାଝୀ ପ୍ରମୁଖ ଫୋରମ ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ । ଏହି ଅବ ତ ଫୋରମ ସଭାପତି ଶ୍ରୀ ପତି ଜାତୀୟ କାର୍ଯ୍ୟକରିଣୀ (ଏନୟୁଜେ ଆଇ) ସଦସ୍ୟଭାବେ ମନୋନୀତ ହୋଇଥିବାରୁ ଅନୁଷ୍ଠାନପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଭିତରୀୟ ଦେଇ ଶୁଭେଚ୍ଛା ପୂର୍ବକ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ବେଳେ ସାମ୍ବାଦିକ କୁଞ୍ଜବିହାରୀ ମହାନ୍ତି ଓ ଅସିତାନନ୍ଦ ବିଶ୍ବାଳଙ୍କୁ ନୂତନ ସଦସ୍ୟ ନିଆଯାଇ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ଦେଓ, ରୁଦ୍ରପ୍ରତାପ ପାଢୀ, ସୁଶାନ୍ତ କୁମାର ଭୂୟାଁ, ପ୍ରକାଶ କୁମାର ସାହୁ, ଜିତେନ୍ଦ୍ର କୁମାର ରାଉତ, ମାନସ ଆଏଚ, ଦୀପକ ଦାସ, ଆଶିଷ ରାଉତ, କେଶବ ମଲିକ ପ୍ରମୁଖ ଫୋମର ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ରହିଥିଲେ । ଶେଷରେ ଫୋରମର ପଦେଷ୍ଟା ଆଶୁତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version