୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଳକ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତି ଅର୍ଥ ହେରଫେର ଅଭିଯୋଗ ଭିଜଲାନ୍ସ ତଦନ୍ତ ଦାବିନେଇ ୧୩ ପଞ୍ଚାୟତ ନିର୍ବାଚନ ଜନପ୍ରତିନିଧି ବୃଦ୍ଧିଜୀବୀ ଓ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଗତକିଛି ଦିନ ତଳେ ବିଭିନ୍ନ ଗଣମାଧମରେ ଖବର ପ୍ରକାଶ ହେବାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରଦୀପ କୁମାର ପାତ୍ରଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରିଛନ୍ତି ।
ଏହି ସମୟରେ ସରପଞ୍ଚ, ସମିତି ସଭ୍ୟ ଓ ବୃଦ୍ଧିଜୀବୀ ମିଳିତ ଭାବେ ସିଡିଏମଓଙ୍କୁ ଘେରାଉ କରି ରଖିବା ସହ ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ଆକାଉଣ୍ଟାଣ୍ଟଙ୍କ ବଦଳି, ରୋଗୀ କଲ୍ୟାଣ ସମିତିକୁ ଆସିଥିବା ଅର୍ଥ ଓ କାୟାକଳ୍ଳର ଅର୍ଥ ତୋଷରପାତ ନେଇ ଅଭିଯୋଗ କରିଥିଲେ । ଏସମ୍ପର୍କରେ ସିଡିଏସଓ ଡା. ପାତ୍ର କହିଛନ୍ତି ତଦନ୍ତ ଚାଲୁ ରହିଛି । ଅଳ୍ଳ ଦିନ ମଧ୍ୟରେ ଅକାଉଣ୍ଟାଣ୍ଟଙ୍କ ବଦଳି କରାଯିବ ଓ ଦୋଷୀ ସାବ୍ୟସ୍ତ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ

