ଚାରିଖଣ୍ଡ ଗ୍ରାମର ଗୁହାରି ସୁଣିଲାନି ପ୍ରଶାସନ ଓ ଜନପ୍ରତିନିଧି, ଗ୍ରାମବାସୀ ହାତୁରୁ ନିର୍ମାଣ ଗ୍ରାମରେ କୋଠ ଘର

୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ବ୍ଳକ ପଟୁରୁପଡା ପଞ୍ଚାୟତର ବୁରୁସିଂ ଗ୍ରାମରେ ଦେଖିବାକୁ ମିଳିଛି ଅଞ୍ଚଳବାସୀଙ୍କ ଏକ ଉଲ୍ଲେଖନୀୟ କାର୍ଯ୍ୟ । ବର୍ଷ ବର୍ଷ ବିତିଗଲା ପ୍ରଶାସନକ ଅଧିକାରୀ ଓ ଜନପ୍ରତିନିଧିମାନେ ଗୁହାରି ନ ଶୁଣିବାରୁ ଶେଷରେ ସରପଞ୍ଚ ଚୈତନ୍ୟ ଭୂୟାଁଙ୍କ ନେତୃତ୍ବରେ ପାଞ୍ଚଖଣ୍ଡ ଗ୍ରାମବାସୀ ନିଜସ୍ବ ସହଯୋଗରେ ଏକ କୋଠାଘର ନିର୍ମାଣ କରିବାରେ ସଫଳ ହୋଇଛିନ୍ତି । ଗାଁ ଲୋକଙ୍କ ଦୀର୍ଘ ବଷରୁ ଦାବି ରହିଥିଲା । ଗଲାବର୍ଷ ନିର୍ବାଚନ ହେବାପରେ ନିଜ ପଞ୍ଚାୟତର ବିଭିନ୍ନ ଗ୍ରାମରେ କୋଠାଘର ନିର୍ମାଣ ପାଇଁ ସରପଞ୍ଚ ଶ୍ରୀ ଭୂୟାଁ ନୁଆଗଡ ବ୍ଳକ ପ୍ରଶାସନ ପାଖରେ ନିବେଦନ କରିଥିଲେ ।

ସେହିଭଳି ଓ ସାଂସଦଙ୍କ ପାଖକୁ ଯାଇ ବାରମ୍ବାର ନିବେଦନ କରିଥିଲେ । ହେଲେ କୌଣସି ପଦକ୍ଷେପ ନିଆନଯିବାରୁ ଶେଷରେ ବାଧ୍ୟ ହୋଇ ଲୋକଙ୍କୁ ଘର ପିଛା ଚାନ୍ଦାକରି କୋଠଘର ନିର୍ମାଣ କରିବାକୁ ପ୍ରସ୍ତାବ ଦେଲେ । ଫଳରେ ଆର,ଉଦୟଗିରି ବ୍ଳକର ଆସିସାହି ଏବଂ ନୁଆଗଡ ବ୍ଳକ ତୁମନ,ବୁରୁସିଂ, ଅରାଡି, ଓ ତରଭା ଗ୍ରାମବାସୀ ପିଲାଙ୍କ ଉଚଶିକ୍ଷା ଏବଂ ଅନ୍ୟାନ୍ୟ ଅଭିଳାଷ ଆରମ୍ଭ ପାଇଁ ରଖିଥିବା ସଞ୍ଚିତ ଅର୍ଥରେ କୋଠଘର ନିର୍ମାଣ କରିବା ସକାଶେ ସହମତି ପ୍ରକାଶ କଲେ ।

ଏହି କ୍ରମରେ ବର୍ତମାନ ପ୍ରଥମେ ବୁରୁସିଂ ଗ୍ରାମରେ କୋଠଘର ନିର୍ମାଣ କାମ ଆରମ୍ଭ କରାଯାଇଛି । ପର୍ଯ୍ୟାୟ କ୍ରମେ ଅନ୍ୟ ଚାରୋଟି ଗ୍ରାମରେ କୋଠଘର ନିର୍ମାଣ କରାଯିବ ବୋଲି ଅଞ୍ଚଳବାସୀ କହିଛନ୍ତି । ଗ୍ରାମବାସୀଙ୍କୁ ସାମାନ୍ୟ କୋଠଘରଟିଏ ଦେଇ ନଥିବାରୁ ଦଳକୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଉପଯୁକ୍ତ ଜବାବ ଦେବୁ ବୋଲି ଶ୍ରୀ ଭୂୟାଁଙ୍କ ସମେତ ବୁରୁସିଂ ଗ୍ରାମର ଗୌରାଙ୍ଗ ମଣ୍ଡଳ, ଶ୍ରୀନାଥ ଭୂୟାଁ, ବିଶ୍ବନାଥ ମଣ୍ଡଳ, ଶୈଳେନ୍ଦ୍ରୀ ମଣ୍ଡଳ, ଜଗା ମଣ୍ଡଳ, ମାଧବ ମଣ୍ଡଳ, ଜଗନ୍ନାଥ ମଣ୍ଡଳ, ପ୍ରମୁଖ ଅଭିଯୋଗ କରିଛନ୍ତି ।

Exit mobile version