୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲାର ମୋହନା ବ୍ଲକ ଅଧୀନସ୍ତ ଲବାରସିଂହ ପଂଚାୟତ ର ରାଙ୍କୁଡ଼ା ଗ୍ରାମରେ ରାମନଦୀ ଓ ରଙ୍ଗମାଟି ଜଳ ବିଭାଜିକା ପ୍ରକଳ୍ପର ଶୁଭ ଉଦଘାଟନ ନାବାର୍ଡ ଜିଲ୍ଳା ବିକାଶ ଅଧିକାରୀ ପ୍ରତୀକ ପଣ୍ଡାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନାବାର୍ଡ ଜିଲ୍ଲା ବିକାଶ ଅଧିକାରୀ ଜଳବିଭାଜିକା ପ୍ରକଳ୍ପ ର ଲକ୍ଷ୍ୟ ଉଦ୍ୟେଶ ବିଷୟରେ ବକ୍ତବ୍ୟ ରଖି ଜଳ, ଜମି, ଜଙ୍ଗଲ, ଜନ୍ତୁ ଓ ଜନର ଉନ୍ନତି କଲେ ହିଁ ଆମେ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ଉପସ୍ଥିତ ଲୋକମାନଙ୍କୁ ଉତ୍ସାହିତ କରିଥିଲେ l
ସୁରକ୍ଷା ସଂଗଠନର ଜଳବିଭାଜିକା ପରିଚାଳକ ପ୍ରେମାନନ୍ଦ ବେହେରା ବର୍ତମାନ ଜଳ, ଜମି, ଜଙ୍ଗଳର ସ୍ଥିତି ସମ୍ପର୍କ ରେ ଆଲୋଚନା କରି ଏହାର ସଂରକ୍ଷଣ ର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ l ଏହି ଜଳବିଭାଜିକା ପ୍ରକଳ୍ପ ରେ ରଙ୍ଗାମାଟିର 549 ହେକ୍ଟର ଓ ରାମନଦୀର 589 ହେକ୍ଟର ଜମିରେ ବିଭିନ୍ନ ଜଳ ସଂରକ୍ଷଣ ଓ ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକ୍ରମ କରାଯିବ ସହ ଜୀବନ ଜୀବିକାର ଉନ୍ନତି ପାଇଁ ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ରାଙ୍କୁଡ଼ା, ବୁରୁପଡା, ଖସଡ଼ା,କମଳାପୁର, ଡରାବ, କୁମୁଳସିଂ ଆଦି ଗ୍ରାମର ପ୍ରାୟ 150 ରୁ ଅଧିକ ଲୋକ ଯୋଗଦେଇଥିଲେ l ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ କୁ ସୁରକ୍ଷା ସଂଗଠନ ର କର୍ମୀ ଗୌର ହରି ପଣ୍ଡା, ସୋନାଲି ସିଂ ଆୟୋଜନ ଓ ଜଳ ବିଭାଜିକା କମିଟି ର ମେମ୍ବର ତଥା ଗ୍ରାମବାସୀ ସହଯୋଗ କରିଥିଲେ l

