Home ଓଡ଼ିଶା କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ର ଅନ୍ତେବାସୀ ଦୁଇ ଶିଶୁ ଙ୍କୁ ଉଦ୍ଧାର କଲେ ଦୁଇ ବନ୍ଧୁ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ପଥର ଚେପା ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ରେ ରହୁଥିବା ବାପ ଛେଉଣ୍ଡ ଦୁଇଭାଇ ଅନ୍ତେବାସୀ ଙ୍କୁ ତୁରେକେଲା ର ଦୁଇ ବନ୍ଧୁ ଉଦ୍ଧାର କରି ପାଟଣାଗଡ଼ ଥାନାରେ ଜିମା ଦେଇଛନ୍ତି । ଥାନା ଅଧିକାରୀ ଅନନ୍ତ ପ୍ରଧାନ ଙ୍କ ହସ୍ତକ୍ଷେପ ପରେ ମାଆ ଓ ମାମୁଁ ଙ୍କ ଉପସ୍ଥିତି ରେ ପୁଣି ଦୁଇ ଭାଇ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ କୁ ଫେରିଯାଇଛନ୍ତି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ସୋହେଲା ର ମାଣ୍ଡୁଲୁ ରାଉତ ଙ୍କ ମୃତ୍ୟୁ ପରେ ସ୍ତ୍ରୀ ପାମା ରାଉତ ତାଙ୍କ ଦୁଇ ଶିଶୁ ପୁତ୍ର ଙ୍କୁ ନେଇ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଡାଙ୍ଗବାହାଲ ନିଜ ବାପ ଘରେ ରହିଆସୁଥିଲେ । ଆର୍ଥିକ ଅନାଟନ ଯୋଗୁଁ ପାମା ନିଜ ଦୁଇ ଶିଶୁ ପୁତ୍ର ଙ୍କ ଭରଣପୋଷଣ ସାଙ୍ଗକୁ ପାଠ ପଢ଼ାଇ ପାରୁନଥିଲେ । ଗ୍ରାମ ର ଜଣେ ସହୃଦୟବାନ ବ୍ୟକ୍ତି ଙ୍କ ମାଧ୍ୟମ ରେ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ସେମାନଙ୍କୁ ନେଇ ଛାଡ଼ି ଦେଇଥିଲେ । ଗତ କାଲି ଅପରାହ୍ନ ୫ ଟା ସମୟରେ ଦୁଇ ଶିଶୁ ଆବାସିକ ବିଦ୍ୟାଳୟ ରୁ ବାହାରି ବଲାଙ୍ଗୀର ରୁ ପାଟଣାଗଡ଼ ମୂଖ୍ୟ ରାସ୍ତା ର କଡେ କଡେ ଦେଇ ଚାଳି ଚାଳି ଆସୁଥିଲେ । ଠିକ ସେହି ସମୟରେ ତୁରେକେଲା ର ଦୁଇ ବନ୍ଧୁ ନିଜ କାମ ସାରି ବଲାଙ୍ଗୀର ରୁ କାରଯୋଗେ ଘର କୁ ଫେରୁଥିଲେ । ବଲାଙ୍ଗୀର ଘାଟି ରାସ୍ତା ରେ ଦୁଇ ଶିଶୁ ଭୟ ଭୀତ ହୋଇ ରାସ୍ତା କଡେ କଡେ ଯାଉଥିବା ସେମାନେ ଦେଖିବାକୁ ପାଇଥିଲେ । ବନ୍ଧୁଦ୍ଵୟ ତାଙ୍କ କାର କୁ ଅଟକାଇ ଦୁଇ ଭୟଭୀତ ଦୁଇ ଶିଶୁ ଙ୍କ ପାଖକୁ ଯାଇ ପଚାରିଥିଲେ । ଦୁଇ ଶିଶୁ ଭୟଭୀତ ଅବସ୍ଥାରେ ଥିବାରୁ କିଛି କହିପାରୁ ନଥିଲେ । ପରେ ଦୁଇ ବନ୍ଧୁ ପାଣି ଓ ବିସ୍କୁଟ ଦେବା ସହ ଦୁଇ ଶିଶୁ ଙ୍କୁ ଆଦର କରିଥିଲେ । ଏହାପରେ ଶିଶୁ ଦ୍ଵୟ ବିଦ୍ୟାଳୟ ଦାୟିତ୍ଵ ରେ ଥିବା ୱ।ଡେନ ଓ ସ୍କୁଲ ପରିଚାଳକ ଶିଶୁ ଦ୍ଵୟ ବଦମାସୀ କରିବାରୁ ସେମାନଙ୍କୁ ଧମକ ଚମକ ସହ ମାଡ଼ ପିଟ କରିଥିବା ରୁ ଭୟଭୀତ ହୋଇ ଡାଙ୍ଗବାହାଲ ଗାଁ ରେ ରହୁଥିବା ନିଜ ମାଆ ପାଖକୁ ଯାଉଥିବା ପ୍ରକାଶ କରିଥିଲେ । ପରେ ଦୁଇ ବନ୍ଧୁ ସେମାନଙ୍କୁ ଆଦରି ନେଇ ନିଜ କାର ଯୋଗେ ସେମାନଙ୍କୁ ଆଣି ପାଟଣାଗଡ଼ ପୁଲିସ କୁ ଜିମା ଦେଇଥିଲେ । ପରେ ଦୁଇ ବନ୍ଧୁ ଓ ଶିଶୁ ଦ୍ଵୟ ଙ୍କ ଠାରୁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଶିଶୁ ଦ୍ଵୟ ଙ୍କ ମାଆ ଓ ମାମୁଁ ବିକାଶ ଙ୍କ ସହ ଉକ୍ତ ବିଦ୍ୟାଳୟର ମୂଖ୍ୟ ପରିଚାଳକ ଓମ୍ ପ୍ରକାଶ ଛତ୍ରିଆ ଙ୍କୁ ଥାନା କୁ ଡ଼ାକିଥିଲେ । ବିଦ୍ୟାଳୟ ର ମୁଖ୍ୟ ପରିଚାଳକ ଶ୍ରୀ ଛତ୍ରିଆ ଙ୍କୁ ଥାନା ଅଧିକାରୀ ତାଗିତ ପରେ ମାଆ ଓ ମାମୁଁ ଙ୍କ ଉପସ୍ଥିତି ରେ ଦୁଇ ଭାଇ ଙ୍କୁ ଛାଡି ଥିଲେ । ବର୍ତମାନ ଦୁଇ ଭାଇ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ରେ ଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ଙ୍କ ଠାରୁ ଜଣାପଡିଛି । ଏହି ଘଟଣା ରୁ ଅନୁମେୟ ହୁଏ ଯେ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ରହୁଥିବା ଅନ୍ତେଃବାସୀ ମାନେ କେତେ ସୁରକ୍ଷିତ ? ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026