ନୟାଗଡ଼ ଜାତୀୟ ନିରାପଦ ମାତୃତୁ ଦିବସ

୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ନୟାଗଡ଼ ସହରାଞ୍ଚଳ ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ର ଠାରେ ଜାତୀୟ ନିରାପଦ ମାତୃତୁ ଦିବସ ଅନୁଷ୍ଟିତ ହୋଇଯାଇଅଛି । ଏହି ସଭାରେ ଡାକ୍ତର ମକରନ୍ଦ ବେଉରା (ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ) ସଭାପତିତ୍ୱ କରିଥିଲେ । ଡାକ୍ତର ପୁଷ୍ପା ନିଳୀମା ଲାକ୍ରା (ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ) ଡ଼ାକ୍ତର ସୁଭାଷ ଚନ୍ଦ୍ର ନାୟକ ( ସ୍ବାସ୍ଥ୍ୟ ଓ ପରିବାର ଅଧିକାରି ) ଆଶା ଦିଦି ,ଅଙ୍ଗନବାଡ଼ି ଯୋଗଦାନ କରିଥିଲେ।ଏହି ସଭାରେ ୨୫ ଜଣ ଗର୍ଭବତୀ ଓ ପ୍ରସ୍ତୁତି ଉପସ୍ଥିତ ଥିଲେ । ଗର୍ଭବତୀ ର ଯତ୍ନ ,ପ୍ରତିଷେଧକ ଟୀକା,ସହିତ ସୁଷମ ଖାଦ୍ୟ ବିଷୟରେ ଆଲୋଚନା କରିଥିଲେ । ଗର୍ଭ ସମୟରେ କଣ କଣ ବିପଦ ସଂକେତ ଘଠିଥାଏ ସେଉପରେ ଆଲୋଚନା କରିଥିଲେ। ତେଣୁ ସମସ୍ତେ ସଚେତନତା ହୋଇ ଚିକିତ୍ସା କରିବା ଆବଶ୍ୟକ ।ନିରାପଦ ମାତୃତୁ ପାଇଁ ସଚେତନତା ନିହିତ ଆବଶ୍ୟକ ଅଟେ। ଶେଷରେ ପ୍ରଶ୍ନ ଉତର ମାଧ୍ୟମରେ ସଙ୍ଗେ ସଙ୍ଗେ ପ୍ରୁରସ୍କୃତ କରଯାଇଥିଲା । ଏହା ପରେ ଗର୍ଭବତୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ,ରକ୍ତ ପରୀକ୍ଷା, କାଲସୀୟମ ବଟିକା ବଣ୍ଟନ,ଓଜନ ଆଦି କରାଯାଇଥିଲା ।ସୃତିଲତ ବିଶ୍ୱାଳ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Exit mobile version