
୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ପରମ ବୈଷ୍ଣବୀ ମା, ହାଡ଼ବାଇଙ୍କ ଯାତ୍ରା ମହୋତ୍ସବର ମଙ୍ଗଳବାର ସନ୍ଧ୍ୟାରେ ଥିଲା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଶେଷ ଦିବସ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯାତ୍ରା ମହୋତ୍ସବ କମିଟିର ଚେୟାରମ୍ୟାନ ଶିଶିର ରାଉତରାୟଙ୍କ ସଭା ପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ, ଗ୍ରାମ୍ୟ କମିଟିର ଉପ ସଭାପତି ବିକ୍ରମ ଶତପଥୀ ସଭା ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ ମୁଖ୍ୟ ଅତିଥି , ବିଜେପି ରାଜ୍ୟ ମୁଖପାତ୍ର ଦିଲିପ କୁମାର ମଲ୍କିକ ମୁଖ୍ୟ ବକ୍ତା, ସିଏମସି ୫୯ ନମ୍ବର ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି, ସାମାଜିକ କର୍ମୀ ସ୍ୱାଧୀନଚେତା ମହାନ୍ତି, ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡା , ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, କାର୍ଯ୍ୟକାରି ସଭାପତି ତ୍ରୈଲୋକ ପ୍ରଧାନ, ପ୍ରଶାନ୍ତ ଦଳାଇ , ପ୍ରମୋଦ କୁମାର ଓଝା , କେଦାର ନାଥ ସିଂ , ସହ ସଂପାଦକ ପ୍ରଶାନ୍ତ ମହାପାତ୍ର, ସଦାଶିବ ମହାନ୍ତି, ଡ଼ମ୍ବୁର ଧର ସାମନ୍ତରାୟ ପ୍ରମୁଖ ଉଦବୋଧନ ଦେଇଥିଲେ । ନୂଆଗଡ଼ ଗ୍ରାମ ବାସୀ ଦଳମତ ଭୁଲି ସଦାସର୍ବଦା ଭାଇଚାରା ବଜାୟ ରଖି ଆସିଥିଲା ବେଳେ ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଏବଂ ଯୁବକ ମାନେ ସବୁବେଳେ ସମସ୍ତଙ୍କ ସହିତ ସୁସଂପର୍କ ବଜାଇ ରଖିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହି କାର୍ଯ୍ୟ ଅନ୍ୟ ପଡୋଶୀ ଗ୍ରାମ ବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଶେଷରେ ଗ୍ରାମ୍ୟ ଉନ୍ନୟନ କମିଟିର ସଂପାଦକ ବିଜୟ ରାଉତରାୟ ଧନ୍ୟବାଦ ଦେଇଥିଲେ । ଏଥିରେ ନୂଆ ଗଡ଼ର ସମସ୍ତ ମୁରବୀ ଯୁବକ ମାନେ କାର୍ଯ୍ୟକ୍ରମକୁ ପରିଚାଳନେ ସହଯୋଗ କରିଥିଲେ ।

