ଅରିଲୋ ପ୍ରିମିୟର ଲିଗ୍ କ୍ରୀକେଟ ଉଦଯାପିତ – ଜାଗୁଆର ଟିମ ଚମ୍ପିୟାନ

୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟସଦର ଥାନା ଅନ୍ତର୍ଗତ ନଗରୀ ଗ୍ରାମ ପଞ୍ଚୟତର ଅରିଲୋ ଗ୍ରାମର ଶ୍ରୀ ଶ୍ରୀ ଜନାର୍ଦ୍ଦନ ଦେବଙ୍କ ଖେଳ ପଡିଆରେ ଦୁଇ ଦିନ ଧରି ଚାଲିଥିବା , ଅରିଲୋ ପ୍ରିମିୟର ଲିଗ୍ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ୬ଗୋଟି ଦଳ ଅରିଲୋ ଆଇକୋନିକ୍, ଅରିଲୋ ଆଭେଞ୍ଜର, ଅରିଲୋ ୱାରିଅର୍ରସ ,ଅରିଲୋ କମାଣ୍ଡ ଇଲେଭେନ୍ , ଅରିଲୋ ଟାଇଟନସ୍, ଅରିଲୋ ଜାଗୁଆର୍ସ ଅଂଶଗ୍ରହଣ କରିଥିଲେ । ଏଥିରେ ଅରିଲୋ ଟାଇଟାନସ୍ ଓ ଅରିଲୋ ଜାଗୁଆର୍ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା । ଜାଗୁଆର୍ ଦଳ ୧ ରନରେ ବିଜୟ ହାସଲକରି ଚଳିତ ବର୍ଷ ଏପିଏଲ କ୍ରୀକେଟ ଟ୍ରଫି ଚମ୍ପିୟାନ ହୋଇଥିଲା । ଉଦଘାଟନ ଉତ୍ସବରେ  ବାରଙ୍ଗବ୍ଲକ ବିଜେଡି ସଭାପତି  ଗୋଲଖ ଚନ୍ଦ୍ର ପାତ୍ର, ସମାଜ ସେବୀ  ସନତ୍ ମହାନ୍ତି, ସମାଜ ସେବୀ ନଳିନୀକାନ୍ତ ପଟ୍ଟ୍ନାୟକ, ନଗରୀ ଗ୍ରାମ ପଞ୍ଚୟତର ସରପଞ୍ଚ  ନରୋତ୍ତମ ଦାସ, ସମିତି ସଭ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ, ଓଡିଶା ୱେବ୍ ଆଣ୍ଡ ଡିଜିଟାଲ ମିଡ଼ିଆର କଟକ ଜିଲ୍ଲା ସଭାପତି ଅମୂଲ୍ୟ କୁମାର ବାରିକ, ସାମ୍ବାଦିକ ମନୋଜ ବେହେରା ଅତିଥି ଭାବେ ଯୋଗ ଦେଇ ଖେଳକୁ ଉଦଘାଟନ କରିଥିଲେ । ଉଦଯାପନି ଉତ୍ସବରେ  ପୂର୍ବତନ ମନ୍ତ୍ରୀ  ଡାକ୍ତର ଦାମୋଦର ରାଉତ ମୁଖ୍ୟ ଅତିଥି , ଅରିଲୋ ଗ୍ରାମର ବରିଷ୍ଠ ସମାଜସେବୀ  ପ୍ରବୀର ମହାନ୍ତି, ଗୋପାଳ ମିଶ୍ର, ବରିଷ୍ଠ ଓକିଲ ପ୍ରଭୁପ୍ରସାଦ ମହାନ୍ତି, ବାବାଜୀ ଚରଣ ପଣ୍ଡା,ନୀଳମଣି ଦାସ୍,ପ୍ରଫୁଲ୍ଲ କୁମାର ସାହୁ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।  ରବୀନ୍ଦ୍ରନାଥ ଦାସ୍, ବିପିନ୍ ଚୌଧୁରୀ,ପଞ୍ଚାନନ ନନ୍ଦ ପ୍ରତିଯଗିତା ପରିଚାଳନା କରାଇଥିଲେ। ଏଥିରେ ଅରିଲୋ ଗ୍ରାମର ସମସ୍ତ ଯୁବକ ସହଯୋଗ କରିଥିଲେ ।

Exit mobile version