
୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ବିଶ୍ଵ ଛେନାପୋଡ଼ ଦିବସ ଉପଲକ୍ଷେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ସେହିପରି ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏବଂ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସମାଜ ସେବୀ ଶଙ୍କର୍ଷଣ ବେହେରା,ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ ଉପସ୍ଥିତ ରହି ଛେନାପୋଡ଼ ଦିବସ ପାଳନ କରିବା ସହ ଛେନାପୋଡ଼ ର ପ୍ରତିଷ୍ଠାତା ନୟାଗଡ ଜିଲ୍ଲାର ସୁଦର୍ଶନ ସାହୁ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ନୟାଗଡ ଜିଲ୍ଲାରେ ଛେନାପୋଡ଼ ଦିବସ ପାଳିତ ହେବା ସହ ଆଜି ନୟାଗଡ ଜିଲ୍ଲା ପାଇଁ ଏକ ଗୌରବ ର ଦିନ ବୋଲି କହିଥିଲେ । ତତ୍ ସହିତ ବିଶ୍ୱରେ କିପରି ଛେନାପୋଡ଼ କୁ ଜି ଆଇ ଟ୍ୟାଗ ର ମାନ୍ୟତା ମିଳିବ ସେଥିପ୍ରତି ସମସ୍ତେ ଚେଷ୍ଠା କରିବା ଆବଶ୍ୟକ ବୋଲି କହିଥିଲେ । ଛେନାପୋଡ଼ ଦିବସ ପାଳନ ସମୟରେ ଆଞ୍ଚଳିକ ସାମ୍ବାଦିକ ସଂଘ ର ସମସ୍ତ ସାମ୍ବାଦିକ,ଲୋକ ପ୍ରତିନିଧି ଏବଂ ସ୍ବେଛାସେବୀ ଉପସ୍ଥିତ ଥିଲେ ।

